କରୋନା କଟକଣାକୁ ଫୁ : ସମର୍ଥକଙ୍କୁ ବେଲ ମିଳିବା ପରେ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କଲେ ଶହ ଶହ ବଜରଙ୍ଗ ଦଳ କର୍ମୀ; ମାନିଲେନି ସାମାଜିକ ଦୂରତା, ମୁହଁରେ ପିନ୍ଧିନଥିଲେ ମାସ୍କ

152

କନକ ବ୍ୟୁରୋ : କରୋନାବେଳେ ଶକ୍ତି ପ୍ରଦର୍ଶନ । ଦୁଇ ସମର୍ଥକ ଜେଲରୁ ବାହାରିବା ପରେ ଶହ ଶହ ବଜରଙ୍ଗ ଦଳ କର୍ମୀ ରାସ୍ତାରେ ଏମିତି ଶକ୍ତି ପ୍ରଦର୍ଶନ କରିଛନ୍ତି । ସୁନ୍ଦରଗଡ ରାଏବଗାରୁ ଆସିଛି ଏଭଳି ଚିତ୍ର । କୁତ୍ରାର ସଲଙ୍ଗାବାହାଲଠାରେ ଗୋ-ଚାଲାଣ ହେଉଥିବାବେଳେ କିଛି ଲୋକଙ୍କୁ ଗତ ୧୨ ତାରିଖରେ ବଜରଙ୍ଗଦଳ କର୍ମୀ ଅଟକାଇଥିଲେ ।

ତେବେ କିଛି ବଜରଙ୍ଗ ଦଳ କର୍ମୀଙ୍କ ନାଁରେ ଅଭିଯୋଗ ହେବା ପରେ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୁଲିସ । ସେମାନେ ଗତକାଲି କୋର୍ଟରୁ ମୁକୁଳିବା ପରେ ବଜରଙ୍ଗ ଦଳ କର୍ମୀମାନେ ବିରାଟ ପଟୁଆରରେ ଆସି ସେମାନଙ୍କୁ ଶୋଭାଯାତ୍ରାରେ ନେବା ସହ ଶକ୍ତି ପ୍ରଦର୍ଶନ କରିଥିଲେ । ନା ଥିଲା ସମାଜିକ ଦୂରତା ନା ଥିଲା ଲୋକଙ୍କ ମୁହଁରେ ମାସ୍କ । କେହି ବି କଟକଣାକୁ ମାନିନଥିଲେ । ଶୋଭାଯାତ୍ରା କୁତ୍ରାରୁ ଖତକୁର ବାହାଲ ଯାଏଁ ଯାଇଥିଲା ।