'ସୁନ୍ଦରୀ' ଡେଇଁଲା ସାତକୋଶିଆ ! ଶିକାର ଆଶାରେ ପ୍ରଖର ପାଣିକୁ ଅତିକ୍ରମ କଲା ବାଘୁଣୀ, ବିଲ ଭିତରୁ ଜଙ୍ଗଲକୁ ଉଠାଇନେଲା ବାଛୁରୀ

Advertisment
'ସୁନ୍ଦରୀ' ଡେଇଁଲା ସାତକୋଶିଆ ! ଶିକାର ଆଶାରେ ପ୍ରଖର ପାଣିକୁ ଅତିକ୍ରମ କଲା ବାଘୁଣୀ, ବିଲ ଭିତରୁ ଜଙ୍ଗଲକୁ ଉଠାଇନେଲା ବାଛୁରୀ

କନକ ବ୍ୟୁରୋ: ଶିକାର ଆଶାରେ ସୁନ୍ଦରୀ ଡେଇଁଲା ସାତକୋଶିଆ । ଭୟରେ ଲୋକେ । ଶିକାର ପାଇଁ ସାତକୋଶିଆ ଡେଇଁ ଆଠମଲ୍ଲିକକୁ ଯାଇଛି ବାଘୁଣୀ । ବାଛୁରୀ ଖାଇବା ନିଶାରେ ଚଣାଗୋଡିନାଳର ପ୍ରଖର ସ୍ରୋତକୁ ପାରି କରିଛି । ଆଉ ବାଛୁରୀକୁ ଶିକାର କରିଛି ସୁନ୍ଦରୀ । ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜର ବିପ୍ରଡିହ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି । ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସାତକୋଶିଆ ଓ ଆଠମଲ୍ଲିକ ବନଖଣ୍ଡର ସୀମାନ୍ତରେ ରହିଛି ବିପ୍ରଡିହି ଗାଁ ।

publive-image

ଉଭୟ ଜଙ୍ଗଲ ମଝିରେ ବିପ୍ରଡିହ ଗାଁରେ ଗୋଟିଏ ପାଖ ବିଲ ଥିବାବେଳେ ଆଉ ଗୋଟିଏ ପାଖ ହେଉଛି ଜଙ୍ଗଲ । ବିଲକୁ ଚରିବା ପାଇଁ ବାଛୁରୀ ଓ ଗାଇ ଯାଇଥାନ୍ତି । ଏହାର ସୁଯୋଗ ନେଇ ସୁନ୍ଦରୀ ବାଛୁରୀକୁ ଆକ୍ରମଣ କରିଥିବା ଜଣାଯାଇଛି । ଆଉ ଗାଈ ବାଛୁରୀକୁ ଦେଖି ବାଘୁଣୀ ବିପ୍ରଡିହ ଗାଁ ଆଡକୁ ଯାଇଥିବା ଜଣାଯାଇଛି । ଗାଁ ନିକଟରେ ଗାଈବାଛୁରୀ ଚରୁଥିବାବେଳେ ଅପରାହ୍ନରେ ବାଘୁଣୀ ଝାମ୍ପମାରିଥିବା ଜଣାପଡିଛି ।

publive-image

ବିଶ୍ୱସ୍ତ ସୂତ୍ରର ସୂଚନା ମୁତାବକ, ଗାଈବାଛୁରୀଙ୍କୁ ଦେଖି ବାଘୁଣୀ ବିପ୍ରଡିହ ଆଡ଼କୁ ମୁହାଁଇଥିଲା। ପ୍ରଖର ପାଣି ସ୍ରୋତ ସତ୍ତ୍ୱେ ନାଳ ଡେଇଁଥିଲା ବାଘୁଣୀ। ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଗାଈବାଛୁରୀ ସବୁ ଚରୁଥିବା ବେଳେ ଅପରାହ୍‌ଣ ପ୍ରାୟ ସାଢ଼େ ୨ଟା ବେଳେ ଝାମ୍ପ ମାରିଥିଲା ବାଘୁଣୀ। ଘଟଣାକୁ ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସମ୍ୟକ ସାମନ୍ତରାୟ ସ୍ୱୀକାର କରିଛନ୍ତି। ଅନ୍ୟପକ୍ଷରେ, ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe