ମିଶନ୍ ସୁନ୍ଦରୀକୁ ପୁରିଲା ଗୋଟିଏ ସପ୍ତାହ, ବନବିଭାଗର ହାତ ଖାଲି । ଆଜି ବାଘକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ମଧ୍ୟପ୍ରଦେଶ ଟିମ୍ କରିବ କସରତ 

ମିଶନ୍ ସୁନ୍ଦରୀକୁ ପୁରିଲା ଗୋଟିଏ ସପ୍ତାହ, ବନବିଭାଗର ହାତ ଖାଲି । ଆଜି ବାଘକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ମଧ୍ୟପ୍ରଦେଶ ଟିମ୍ କରିବ କସରତ 

କନକ ବ୍ୟୁରୋ : ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ମଧ୍ୟପ୍ରଦେଶ ପେଂଚ ଓ କାହ୍ନା ଅଭାୟାରଣ୍ୟରୁ ୨ ଜଣିଆ ଟିମ ଅନୁଗୁଳରେ ପହଚିଂଛନ୍ତି । ସୁନ୍ଦରୀକୁ ଧରିବା ଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ସୁନ୍ଦରୀ ଯେତେ ଶୀଘ୍ର ଧରାପଡିବ ତାକୁ ନନ୍ଦନ କାନନ ଅଣାଯିବ । ସାତକୋଶିଆରେ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ବନବିଭାଗ ନାକେଦମ ହୋଇଛି । ୪ ଦିନରେ ୫ ଥର ଅପରେସନ୍ କରାଯାଇଥିଲେ ସୁଦ୍ଧା ସବୁ ଯୋଜନା ଫେଲ ମାରିଛି । ତେବେ ସୁନ୍ଦରୀ କେଉଁ ସ୍ଥାନରେ ରହିଛି ତାହା ସମ୍ପର୍କରେ ଜାଣିବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛନ୍ତି ।

publive-imageପୂର୍ବରୁ ସୁନ୍ଦରୀ ପ୍ରଥମେ ଜଣେ ସ୍ତ୍ରୀ ଲୋକକୁ ଆକ୍ରମଣ କରିବା ପରେ ବଳଦ ପରେ ପୁଣି ଥରେ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲା। ବାରମ୍ବାର ବାଘର ଆକ୍ରମଣ ଲାଗି ସ୍ଥାନୀୟ ଅଚଂଳର ଲୋକମାନଙ୍କ ମନରେ ଆତଙ୍କ ଖେଳିଯାଇଛି । କେବଳ ଏତିକି ନୁହେଁ ବାଘୁଣୀକୁ ସେଠାରୁ ସ୍ଥାନାନ୍ତରଣ ପାଇଁ ଲୋକମାନେ ଦାବୀ କରିବା ସହ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ମଧ୍ୟ କରିଥିଲେ । ବର୍ତମାନ ସମୟରେ ସୁନ୍ଦରୀକୁ କିପରି ଭାବରେ କାବୁ କରିହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe