ଭାଇରାଲ ହେଉଛି ମାନବିକତା ଭୁଲି ଯାଇଥିବା ଲୋକଙ୍କ ଭିଡିଓ: ୨ ମହିଳା ଓ ୨ ପୁରୁଷଙ୍କୁ ଖଟରେ ବାନ୍ଧି ନିସ୍ତୁକ ମାଡ; ଭିଡିଓଟି କେଉଁ ଅଂଚଳର ତାହା ଏବେବି ଅସ୍ପଷ୍ଟ

Advertisment
ଭାଇରାଲ ହେଉଛି ମାନବିକତା ଭୁଲି ଯାଇଥିବା ଲୋକଙ୍କ ଭିଡିଓ: ୨ ମହିଳା ଓ ୨ ପୁରୁଷଙ୍କୁ ଖଟରେ ବାନ୍ଧି ନିସ୍ତୁକ ମାଡ; ଭିଡିଓଟି କେଉଁ ଅଂଚଳର ତାହା ଏବେବି ଅସ୍ପଷ୍ଟ

କନକ ବ୍ୟୁରୋ: ପଶ୍ଚିମ ଓଡିଶାରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଏହି ଭିଡିଓରେ ଦୁଇଜଣ ପୁରୁଷ ଓ ଦୁଇଜଣ ମହିଳାଙ୍କୁ କିଛି ବ୍ୟକ୍ତି ପଥରମାଡ କରୁଛନ୍ତି ଓ ତାଙ୍କୁ ବାଡେଇବାରେ ଚିତ୍ର ମଧ୍ୟ ଦେଖାଯାଇଛି । ସେମାନଙ୍କୁ ଖଟ ଉପରେ ବାନ୍ଧିଦିଆଯାଇଛି ଓ ସେମାନେ ମାରପିଟ କରୁଛନ୍ତି । କିନ୍ତୁ କଣପାଇଁ ଏମାନଙ୍କୁ ନିର୍ଯାତନା ଦିଆଯାଉଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସଂପୃକ୍ତ ବ୍ୟକ୍ତିମାନେ ସୁନ୍ଦରଗଡ ଭାଷାରେ ଗାଳିଦେଉଥିବା ଶୁଣିବାକୁ ମିଳୁଛି ।

ଏତେ ଅମାନବୀୟ ଢଙ୍ଗରେ ତାଙ୍କୁ ଅତ୍ୟାଚାର କରାଯାଉଛି ଏହାକୁ କେହି ଦେଖିଲେ ବି ତାଙ୍କ ହୃଦୟ ତରଳିଯିବ । ତେବେ ଏହା କେଉଁ ଅଚଂଳର ଭିଡିଓ ତାହାସ୍ପଷ୍ଟ ହୋଇନାହିଁ । କଳାହାଣ୍ଡି ଓ ସୁନ୍ଦରଗଡରେ ଏହି ଭିଡିଓ ଅଧିକ ଭାଇରାଲ ହୋଇଛି । ତେଣୁ ଏହି ଅଂଚଳର ଭିଡିଓ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ପୁଲିସ ପ୍ରଶାସନ ଏହା କେଉଁ ଅଚଂଳର ଭିଡିଓ ଓ କାହିଁକି ନିର୍ଯାତନା ଦିଆଯାଉଛି ତାହା ଅନୁସସନ୍ଧାନ କରିବା ଆବଶ୍ୟକ ହୋଇପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe