ସୁନ୍ଦରଗଡରୁ ଆସିଲା ମଜାଦାର ଚିତ୍ର । ଗୋଟିଏ ବାଉଁଶରେ ଉଡୁଛି ୩ ରାଜନୈତିକ ଦଳର ପତାକା । କାରଣ ଜାଣିଲେ ତାଜୁବ୍ ହୋଇଯିବେ ଆପଣ

717

କନକ ବ୍ୟୁରୋ: ଆଜି ସୁନ୍ଦରଗଡରୁ ଆସିଲା ଏକ ମଜାଦାର ଚିତ୍ର । ବାଉଁଶ ଗୋଟିଏ କିନ୍ତୁ ସେଥିରେ ରହିଛି ତିନୋଟି ପତାକା । ଆଉ ଏହି ତିନି ପତାକା ରହିଛି ତିନି ରାଜନୈତିକ ଦଳର । ସବୁ ଉଡୁଛିଗୋଟିଏ ସ୍ଥାନରେ ରାସ୍ତା ମଝିରେ , ତା ପୁଣି ବାଉଁଶରେ । ଗୋଟିଏ ବାଉଁଶରେ କାହିଁକି ତିନି ରାଜନୈତିକ ଦଳର ପତାକା ଉଡୁଛି ତାର କାରଣ ଜାଣିଲେ ଆପଣ ବି ତାଜୁବ୍ ହୋଇଯିବେ । କିଛି ଦିନ ତଳେ ସୁନ୍ଦରଗଡର ଏହି ରାସ୍ତାରେ ଏକ ଛୋଟ ଖାଲ ହୋଇଥିଲା । ପରେ ଏହା ବଢି ବଢି ବଡ ଗାତରେ ପରିଣତ ହୋଇଛି ।

ଏହି ରାସ୍ତାରେ ଗଲା ବେଳେ ଖାଲ କାରଣରୁ ବିଭିନ୍ନ ସମୟରେ ଘଟୁଛି ଦୁର୍ଘଟଣା । ବାରମ୍ୱାର କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇ ନିରାଶ ହୋଇଛନ୍ତି ଅଂଚଳବାସୀ । ଶେଷରେ ତିନି ରାଜନୈତିକ ଦଳ ତଥା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ରାସ୍ତା ମଝିରେ ବାଉଁଶ ବାଡି ରଖି କେହି ତିନି ରାଜନୈତିକ ଦଳର ପତାକାକୁ ଗୋଟିଏ ସ୍ଥାନରେ ଏପରି ରଖି ଦେଇଛି । ବୋଧ ହୁଏ ଏପରି ପ୍ରୟାସ ହୁଏତ ସରକାରଙ୍କ ନଜରକୁ ଆସିପାରେ ଓ ରାସ୍ତା ସମସ୍ୟା ସମାଧାନ ହୋଇପାରେ ।