ଦୁଇ ମାସ ହେଲାଣି ଗାଁରେ ନାହିଁ ବିଦ୍ୟୁତ୍ ସଂଯୋଗ । ଦୀପ ଓ ଟର୍ଚ୍ଚ ଆଲୁଅରେ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ଛାତ୍ରୀଛାତ୍ରୀ

ଦୁଇ ମାସ ହେଲାଣି ଗାଁରେ ନାହିଁ ବିଦ୍ୟୁତ୍ ସଂଯୋଗ । ଦୀପ ଓ ଟର୍ଚ୍ଚ ଆଲୁଅରେ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ଛାତ୍ରୀଛାତ୍ରୀ

କନକ ବ୍ୟୁରୋ : ମଝିରେ ମାଟି ଦୀପର ମିଞ୍ଜିମିଞ୍ଜି ଆଲୁଅ । ତାକୁ ଘେରି ବହି ଖାତା ମେଲାଇ ବସିଛନ୍ତି ଯୁକ୍ତଦୁଇ ଆଦିବାସୀ ପୁଅଝିଅ । ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷା ଓ ଆଗକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ଚାଲିଛି ପାଠପଢା । ଟ୍ରାନ୍ସଫର୍ମର ପୋଡି ଯିବାରୁ ଦୁଇ ମାସ ହେବ ଗାଁ ଅନ୍ଧାରରେ । ତେଣୁ ଦୀପ ଓ ଟର୍ଚ୍ଚ ଆଲୁଅରେ ପରୀକ୍ଷା ପ୍ରସ୍ତୁତି ଚଳାଇଛନ୍ତି ଛାତ୍ରଛାତ୍ରୀ । ସୁନ୍ଦରଗଡ ବାଲିଶଙ୍କରା ବ୍ଲକ ଠେଲକୋଛାପଲ ଗାଁରୁ ଆସିଛି ବିଦ୍ୟୁତ୍ ବ୍ୟବସ୍ଥାର ବିକଳ ଚିତ୍ର ।

ଏଇ କେଇ ବର୍ଷ ତଳେ ଠେଲକୋଛାପଲ ଗାଁରେ ବିଜୁଳି ସଂଯୋଗ ହୋଇଥିଲା । ଲୋକଙ୍କ ଅଭିଯୋଗ ଅନୁସାରେ, ୧୦ ବର୍ଷର ପୁରୁଣା ଟ୍ରାନ୍ସଫର୍ମର ଅତି ଦୁର୍ବଳ ସ୍ଥିତିକୁ ଚାଲିଯାଇଥିବାରୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେବା ପରେ ସଂପୂର୍ଣ୍ଣ ପୋଡି ଯାଇଛି । ଫଳରେ ଦୁଇ ମାସ ହେବ ଗାଁ ଅନ୍ଧାରରେ ରହିଛି । ଆଲୁଅ ନଥିବାରୁ ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ନୁହେଁ, ଗ୍ରାମବାସୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଅନେକ ସମୟରେ ଅନ୍ଧାର ଭିତରେ ହାତୀପଲ ଗାଁ ମୁହାଁ ହେଉଥିବା ଅଭିଯୋଗ ହୋଇଛି ।

ଗ୍ରାମବାସୀ ବିଦ୍ୟୁତ ବିଭାଗୀୟ ଅଧିକାରୀ ଓ ଜିଲ୍ଲପାଳଙ୍କୁ ଜଣାଇଥିଲେ ବି କୌଣସି ସୁଫଳ ମିଳିପାରିନଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଅତିଶୀଘ୍ର ଏସମସ୍ୟାର ସମାଧାନ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe