କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ । ୨ ଦିନ ପାଇଁ ସିଲ୍ ହେଲା ରିଲାଏନ୍ସ ସୁପରମାର୍ଟ ।

Advertisment
କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ । ୨ ଦିନ ପାଇଁ ସିଲ୍ ହେଲା ରିଲାଏନ୍ସ ସୁପରମାର୍ଟ ।

କନକ ବ୍ୟୁରୋ : କୋଭିଡ୍ ଆଇନ ଉଲ୍ଲଂଘନ ଅଭିଯୋଗରେ ଆଜି ସୁନ୍ଦରଗଡ ମିସନ ରୋଡରେ ଥିବା ରିଲାଏନ୍ସ ସୁପରମାର୍ଟ ଷ୍ଟୋରକୁ ପ୍ରଶାସନ ୨ ଦିନ ପାଇଁ ସିଲ୍ କରିଛି। ଏହାସହ ଷ୍ଟୋର ଉପରେ ୧୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି। ମଲରେ ଆଜି କୋଭିଡ ଆଇନ ଉଲ୍ଲଂଘନ ପୂର୍ବକ ଲୋକଙ୍କ ଭିଡ ଜମିଥିଲା। ଅନେକ ଲୋକ ମାକ୍ସ ପିନ୍ଧି ନଥିବା ବେଳେ ମାଲିକ ଜାଣିଶୁଣି ସାମାଜିକ ଦୂରତ୍ବ କଟକଣାକୁ ଅଣଦେଖା କରୁଥିବା ଖବର ପାଇ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ଵେହେରା ଏନଫୋର୍ସମେଣ୍ଟ ଟିମ ସହ ଅପରାହ୍ନ ୧ଟାରେ ଚଢାଉ କରି ମଲକୁ ସିଲ୍ କରି ଦେଇଥିବା ସୂଚନା ମିଳିଛି। ତେଵେ ସହରରେ ଏଵେ ବି ଅନେକ ମଲ୍, ଦୋକାନରେ କୋଭିଡ ଆଇନ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି। ପ୍ରଶାସନ ନିୟମିତ ଯାଞ୍ଚ ଓ ଚଢାଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ଵୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe