ସୁନ୍ଦରଗଡ : ଏମସିଏଲର ବୈମାତୃକ ମନଭାବ ଯୋଗୁଁ ସୁନ୍ଦରଗଡ ବନ୍ଦ । ଜିଲ୍ଲା ପ୍ରତି ଏମସିଏଲ କର୍ତୁପକ୍ଷଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରି ବନ୍ଦ ପାଳନ କରୁଛି ଜିଲ୍ଲା କଂଗ୍ରେସ । କମ୍ପାନୀ, କୋଇଲା ପରିବହନ ପାଇଁ ସ୍ୱତନ୍ତ୍ର କୋଲ କରିଡର, ଗୋପାଳପୁର ଟପରିଆ ରାସ୍ତା ଉନ୍ନତି କରଣ, ସୁନ୍ଦରଗଡ ଏମସିଏଲ ରାସ୍ତା ପ୍ରଶସ୍ତିକରଣ, ସ୍ଥାନୀୟ ଯୁବକଙ୍କୁ ନଯୁକ୍ତି ଏବଂ ପାରିପାଶ୍ୱିକ ଉନ୍ନୟନ କାର୍ଯ୍ୟ ଠିକ ଭାବରେ କରୁନଥିବା ଅଭିଯୋଗ ହୋଇଛି ।
ବର୍ଷେ ହେବ ଜିଲ୍ଲା କଂଗ୍ରେସ ଓ ସଦର ବିଧାୟକ ଯୋଗେଶ ସିଂ ବାରମ୍ବାର ଏନେଇ ଏମସିଏଲ କର୍ତୁପକ୍ଷଙ୍କୁ ତାଗିଦ କରିଛନ୍ତି ହେଲେ କମ୍ପାନୀ ଶୁଣୁନାହିଁ । ଯାହାର ପ୍ରତିବାଦରେ ଆଜି ୧୨ ଘଂଟିଆ ସୁନ୍ଦରଗଡ ବନ୍ଦ ପାଳନ କରାଯାଉଛି । ଏମସିଏଏଲ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯିବା ସହ କୋଇଲା ଖନନ ଓ ପରିବହନକୁ ମଧ୍ୟ ବନ୍ଦ କରାଯାଇଛି ଫଳରେ ରାସ୍ତା କଡରେ ଠିଆ ହୋଇଛି ଶହଶହ ଟ୍ରକ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରେ ରଖି ବ୍ୟାପକ ପୋଲସି ମୁତୟନ କରାଯାଇଛି ।
ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-13-09h06m46s773.png)