ବସକୁ ୧ ଲକ୍ଷ ୨୨ ହଜାର ଟଙ୍କାର ଜରିମାନା । ପରମିଟ୍ କି ଇନସୁରାନ୍ସ ନଥାଇ ବି କ୍ରୀଡା ବିଭାଗରେ ଲାଗିଥିଲା ଏହି ବସ୍ !

Advertisment
ବସକୁ ୧ ଲକ୍ଷ ୨୨ ହଜାର ଟଙ୍କାର ଜରିମାନା । ପରମିଟ୍ କି ଇନସୁରାନ୍ସ ନଥାଇ ବି କ୍ରୀଡା ବିଭାଗରେ ଲାଗିଥିଲା ଏହି ବସ୍ !

କନକ ବ୍ୟୁରୋ: ବସକୁ ୧ ଲକ୍ଷ ୨୨ହଜାର ଟଙ୍କାର ଫାଇନ୍। ଜ୍ୟୋତି ବସକୁ ଏହି ଫାଇନ୍ କରିଛନ୍ତି ପରିବହନ ଅଧିକାରୀ। ଏ ବସର ନାଁ ଫିଟନେସ ଥିଲା ନାଁ ପରମିଟ୍ ଏହିଭଳି କି ଇନସୁରାନ୍ସ କି ଟ୍ୟାକ୍ସ ମଧ୍ୟ ନଥିଲା। ସବୁଠାରୁ ବଡ କଥା ହେଉଛି ଡ୍ରାଇଭରର ଲାଇସେନ୍ସ ମଧ୍ୟ ନଥିଲା। ଆଉ ଏହିଭଳି ବସ ଲାଗିଥିଲା ସୁନ୍ଦରଗଡ କ୍ରୀଡା ବିଭାଗରେ। ସୁନ୍ଦରଗଡ କ୍ରୀଡା ଛାତ୍ରାବାସରେ ଥିବା କ୍ରୀଡାବିତଙ୍କ ପାଇଁ ସ୍କୁଲ ବସ ବଦଳରେ ଏହି ବସକୁ ବ୍ୟବହାର କରୁଥିଲା ବିଭାଗ । ହେଲେ କ୍ରୀଡାବିତମାନଙ୍କୁ ବିଦ୍ୟାଳୟକୁ ନେଇ ଯାଉଥିବା ଏହି ବସକୁ ଲମ୍ବା ଫାଇନ କାଟିଛି ପରିବହନ ବିଭାଗ।

ସବୁଠାରୁ ବଡକଥା ହେଉଛି କ୍ରୀଡା ବିଭାଗ ବିନା ଲାଇସେନ୍ସ ଥିବା ଡ୍ରାଇଭର ହାତରେ ଏହି କ୍ରୀଡାବିତ ମାନଙ୍କୁ କିଭଳି ଟେକି ଦେଇଥିଲା ତାହା ଏବେ ବଡ ପ୍ରଶ୍ନ ହୋଇ ସାମ୍ନାକୁ ଆସିଛି । ଏନେଇ ପରିବହନ ବିଭାଗ କି କ୍ରୀଡା ବିଭାଗ କେହି ମୁହଁ ଖୋଲୁନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe