ହଜାରେ ଟପିଲା ରାଜ୍ୟର ଦୈନିକ ସଂକ୍ରମଣ : ଗତ ୨୪ ଘଂଟାରରେ ୧୨ଶହ ୮୨ ସଂକ୍ରମିତ ଚିହ୍ନଟ; ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨୨୪ 

୫ ଜିଲ୍ଲାରେ ୫୦ ଟପିଲା ସଂକ୍ରମଣ ସଂଖ୍ୟା

195

କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପର ମୁହାଁ । ହଜାରେ ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ୧୨ଶହ ୮୨ ସଂକ୍ରମିତ ଚିହ୍ନଟ । ସଂଗରୋଧରୁ ୭୫୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୫୨୭ ରହିଛି । ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୧୦୮, କଟକରୁ ୬୩, ମୟୂରଭଂଜରୁ ୫୨, ସମ୍ବଲପୁର ନୂଆପଡ଼ାରୁ ୮୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟାରେ ବରଗଡ଼ରୁ ୮୪, ଅନୁଗୁଳରୁ ୪୯, ବାଲେଶ୍ବରରୁ ୧୦, ଭଦ୍ରକରୁ ୨୪, ବଲାଙ୍ଗୀରରୁ ୩୫, ଢେଙ୍କାନାଳରୁ ୨, ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଗଜପତିରେ ଜଣେ, ଗଞ୍ଜାମରେ ୩୨ଜଣ, ଦେବଗଡ଼ରୁ ୩, ଯାଜପୁରରେ ୨୬ଜଣ, ଜଗତସିଂହପୁରରେ ୩ଜଣ, ଝାରସୁଗୁଡ଼ାରେ ୩୬ ଜଣ, କନ୍ଧମାଳରେ ୭, କେନ୍ଦ୍ରାପଡ଼ାରେ ୬ଜଣ, କେଉଁଝରରେ ୬ଜଣ, କୋରାପୁଟରେ ୮ ଜଣ, ନବରଙ୍ଗପୁରରେ ୨୭ଜଣ, ନୟାଗଡ଼ରେ ୧୦,ପୁରୀରେ ୨୮ ଜଣ, ରାୟଗଡ଼ାରୁ ୧୫, ସୋନପୁରରେ ୧୨ ଜଣ ଓ ଷ୍ଟେଟ ପୁଲରେ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ୩,୪୬,୮୦୮ରେ ପହଂଚିଛି ସଂକ୍ରମିତଙ୍କ ସଂଖ୍ୟା । ଏମାନଙ୍କ ଭିତରୁ ୩,୩୮,୮୯୦ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୫୯୪୧ଜଣ ସକ୍ରିୟ ଅଛନ୍ତି ।