ଖବର ବାଜିଲା, ବୃଦ୍ଧାଙ୍କ ମୁହଁରେ ହସ ଫୁଟିଲା । ସୁନ୍ଦରଗଡର ୬୮ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ

Advertisment
ଖବର ବାଜିଲା, ବୃଦ୍ଧାଙ୍କ ମୁହଁରେ ହସ ଫୁଟିଲା । ସୁନ୍ଦରଗଡର ୬୮ ବର୍ଷୀୟ ଦିବ୍ୟାଙ୍ଗଙ୍କୁ ମିଳିଲା ଟ୍ରାଇସାଇକେଲ

କନକ ବ୍ୟୁରୋ : ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦାରେ ପକାଇବା ଭଳି ଏହି ଚିତ୍ର, ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏଆଇ ସହାୟତାରେ ଯେତେବେଳେ ମଣିଷର ଚେହେରା ବଦଳି ଯାଉଛି, ସେତେବେଳେ ସାମାନ୍ୟ ଆଧାର କାର୍ଡ ସଂଯୋଗ କରିବା ପାଇଁ, ଜଣେ ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ୩୦ କିଲୋମିଟର ପର୍ଯ୍ୟନ୍ତ ଯିବାକୁ କହିବା ଓ ତାପରେ ବୃଦ୍ଧା ଜଣଙ୍କ ଗୁରୁଣ୍ଡି ଗୁରୁଣ୍ଡି ଯିବା, ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୁନ୍ଦରଗଡ କୁତ୍ରା ଅଂଚଳରୁ ଆସିଛି ଏହି ଚିତ୍ର । ବୃଦ୍ଧା ଜଣଙ୍କ ବଡମାଳ ବଜାରପଡାର ଟେରସା ବାର୍ଲା । ଆବଶ୍ୟକ ଥିବାରୁ ବୃଦ୍ଧା ଜଣଙ୍କ ତାଙ୍କ ଜମାଖାତାରୁ, ଗାଁ ପାଖରେ ଥିବା ଗ୍ରାହକ ସେବା କେନ୍ଦ୍ରକୁ ଟଙ୍କା ଉଠାଇବାକୁ ଯାଇଥିଲେ । କିନ୍ତୁ ତାଙ୍କର ବ୍ୟାଙ୍କ ଖାତା ସହ ଆଧାର ସଂଯୋଗ ହୋଇନଥିବା କହି ଫେରାଇ ଦେଇଥିଲେ ଗ୍ରାହକ ସେବା କେନ୍ଦ୍ରର କର୍ମଚାରୀ । ଆଉ ଆଧାର ସଂଯୋଗ ପାଇଁ କୁତ୍ରା ଷ୍ଟେଟବ୍ୟାଙ୍କ ଶାଖାକୁ ପଠାଇ ଦେଇଥିଲେ ।

ବୃଦ୍ଧା ଜଣଙ୍କ ଏଭଳି ଗୁରୁଣ୍ଡି ଗୁରୁଣ୍ଡି ଯଚିତ୍ର ସମସ୍ତଙ୍କୁ ବିଚଳିତ କରିଥିଲା । ଏହି ସମୟରେ ବୃଦ୍ଧାଙ୍କ ଉପରେ ସମ୍ବାଦ ପ୍ରତିନିଧିଙ୍କ ନଜରକୁ ଆସିଥିଲେ । ତାପରେ ସମ୍ବାଦ ପ୍ରତିନିଧି ବୃଦ୍ଧାଙ୍କ ପାଖକୁ ଯାଇ ସବୁ ବୁଝିବା ପରେ ତାଙ୍କୁ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଯାଂଚ କରିବାରୁ ବୃଦ୍ଧାଙ୍କ ଖାତାରେ ଆଧାର ଲିଙ୍କ ଥିବା ଜଣାପଡିଥିଲା । ଆଉ ବୃଦ୍ଧା ଜଣଙ୍କ ଟଙ୍କା ଉଠାଇ ଫେରିଥିଲେ । ତେବେ ଏଭଳି ଖବର ସାମନାକୁ ଆସିବା ପରେ ସହାୟତାର ହାତ ବଢ଼ାଇଛି ଜିଲ୍ଲା ପ୍ରଶାସନ । ବୃଦ୍ଧାଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିବା ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କୁତ୍ରା ବିଡିଓ ।

ବୃଦ୍ଧା ଜଣଙ୍କ ଜନ୍ମରୁ ଦିବ୍ୟାଙ୍ଗ ବୋଲି ଜଣାପଡିଛି । ମା ବାପାଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣର୍ ଏକା ଏକା ବଂଚୁଛନ୍ତି । ପ୍ରଶ୍ନ ଉଠୁଛି, ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ଥାଇ ମଧ୍ୟ କାହିଁକି ମିଛ କହିଥିଲା ଗ୍ରାହକ ସେବା କେନ୍ଦ୍ର? ଆଧାର ସଂଯୋଗ ନଥିଲେ ଜଣେ ଜମାକାରୀ କଣ ତାର ଜମା ଟଙ୍କା ଉଠାଇ ପାରିବନି କି? ଜମା ଟଙ୍କା ଉଠାଇବା ପାଇଁ ବିକଳ୍ପ ବ୍ୟବସ୍ଥା ନାହିଁ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe