ଡାହାଣୀ ସନ୍ଦେହରେ ହତ୍ୟା ମାମଲା : ୬ଜଣଙ୍କୁ ଗିରଫ କଲା ସୁନ୍ଦରଗଡ ପୋଲିସ

346

କନକ ବ୍ୟୁରୋ : ସୁନ୍ଦରଗଡ଼ ଗୋଇଡ଼େଗା ଗାଁରେ ଡାହାଣୀ ସନ୍ଦେହରେ ହତ୍ୟା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍ । ବଣାଇଁ ଉପଖଣ୍ଡ ଗାଇଡେଗା ଗାଁର ରାବଣଝୋଲା ବସ୍ତିର ବିସା କେରକେଟାଙ୍କ ପତ୍ନୀ ଗାଙ୍ଗି କେରକେଟା ଓ ତାଙ୍କ ଝିଅଙ୍କୁ ଡାହାଣୀ ସନ୍ଦେହ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଗତ ୯ ତାରିଖରେ ଗାଁରେ ଏକ ପ୍ରଜାକୋର୍ଟ ବସିଥିଲା । ଏଥିରେ ଗାଙ୍ଗି ଓ ତାଙ୍କ ଝିଅକୁ ଅଭିଯୁକ୍ତ ଘୋଷଣା କରି ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । ତେବେ ଏହି ସମୟରେ ସ୍ୱାମୀ ବିସା କେରକେଟା ଅନୁପସ୍ଥିତ ଥିଲେ । ପ୍ରଜାକୋର୍ଟ ନିଷ୍ପତି ପରେ ମାଆ ଝିଅଙ୍କୁ ହତ୍ୟା କରି ଏକ ଅଖାରେ ପୁରାଇ ବ୍ରାହ୍ମଣୀ ନଦୀରେ ଭସାଇ ଦିଆଯାଇଥିଲା ।

ଏନେଇ ଖବର ଜାଣିବା ପରେ ବିସା ନିଜ ଜୀବନକୁ ବଂଚାଇବା ପାଇଁ ଆତ୍ମଗୋପନ କରିଥିଲା । ଗାଁରେ ଥିବା ଗ୍ରାମରକ୍ଷୀ ଏହି ପ୍ରଜାକୋର୍ଟ ସଂପର୍କରେ ଚାନ୍ଦିପୋଷ ଥାନାକୁ ଜଣାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ଗତକାଲି ସଂଧ୍ୟାରେ ନଦୀର ତଳ ମୁଣ୍ଡରେ ଥିବା ଦର୍ଜୀ ଗାଁର ଶିବମନ୍ଦିର ଘାଟରେ ଗାଙ୍ଗିଙ୍କ ଶବ ଉଦ୍ଧାର ହେବା ପରେ ପୋଲିସ ତଦନ୍ତ ଜୋରଦାର କରିଛି । ଅନ୍ୟପଟେ ଆତ୍ମଗୋପନ କରିଥିବା ବିସାକୁ ନେଇ ଶବ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏହି ଘଟଣା ପରେ ପ୍ରଜାକୋର୍ଟରେ ବସିଥିବା ଲୋକେ ଫେରାର ହୋଇଯାଇଛନ୍ତି ।