କଂଗ୍ରେସରୁ ନିଲମ୍ବିତ ହେଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ । ଦଳ ବିରୋଧୀ ମନ୍ତବ୍ୟକୁ ନେଇ ହେଲା କାର୍ଯ୍ୟାନୁଷ୍ଠାନ ।

କଂଗ୍ରେସରୁ ନିଲମ୍ବିତ ହେଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସରୁ ନିଲମ୍ବନ ହୋଇଛନ୍ତି ଯୋଗେଶ ।

595

କନକ ବ୍ୟୁରୋ : କଂଗ୍ରେସ ପାଇଁ ବଢ଼ିଲା ଅଡୁଆ । କଂଗ୍ରେସରୁ ନିଲମ୍ବିତ ହେଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସରୁ ନିଲମ୍ବନ ହୋଇଛନ୍ତି ଯୋଗେଶ । ଏନେଇ ପିସିସି ଶୃଙ୍ଖଳା କମିଟି ବୈଠକ ପରେ ନିଷ୍ପତି ନିଆଯାଇଛି । ଗତକାଲି ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସଙ୍କ ଇସ୍ତଫା ପରେ କଂଗ୍ରେସ କଳି ବଢ଼ିବାରେ ଲାଗିଛି । ଜଣକ ପରେ ଜଣେ ଦଳ ପାଇଁ ସମସ୍ୟା ସୃଷ୍ଟି କରୁଥିବା କଂଗ୍ରେସ କ୍ୟାମ୍ପରେ କମ୍ପନ ସୃଷ୍ଟି କରୁଛି ।  

JOGESH SINGHପୁଣି ଚର୍ଚ୍ଚାରେ କଂଗ୍ରେସ ରାଜନୀତି । ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପୂର୍ବରୁ  ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ବିଧାୟକ ଯୋଗେଶ ସିଂ ଯୋଗ ଦେବେନି ବୋଲି କହିଥିଲେ । ବ୍ୟକ୍ତିଗତ କାରଣରୁ ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗଦେବେନି ବୋଲି କହିବା କଂଗ୍ରେସକୁ ଘଡ଼ିସନ୍ଧି ମୂହୁର୍ତ୍ତରେ ନାପସନ୍ଦ ହୋଇଛି । କାରଣ ନବଙ୍କ ରାସ୍ତାରେ ଯୋଗେଶ ମଧ୍ୟ ଚାଲୁଛନ୍ତି ବୋଲି କଂଗ୍ରେସ କ୍ୟାମ୍ପରେ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଯୋଗେଶଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ପିସିସି ଶୃଙ୍ଖଳା କମିଟି । 

ଦଳର ବରିଷ୍ଠ ନେତା ହେମାନନ୍ଦଙ୍କ କହିବା ମୁତାବକ , ଯିଏ ପଳେଇବ ସେ ଏଆଇସିସି ଅଧ୍ୟକ୍ଷ ରାହୁଲଙ୍କ ସମାବେଶରେ ଯୋଗନଦେଲେ ଅସୁବିଧା କଣ । ପୂର୍ବରୁ ଉଭୟ ନବ ଓ ଯୋଗେଶ ରାହୁଲଙ୍କ ସଭାରେ ଯୋଗ ଦେବନି ବୋଲି ସ୍ପଷ୍ଟ କରିଥିଲେ । ଏପରିକି ତାଙ୍କ ପାଇଁ ହାଇକମାଣ୍ଡ ବଡ ନୁହଁନ୍ତି । ବରଂ ନିର୍ବାଚନମଣ୍ଡଳୀର ଲୋକ ବଡ ବୋଲି କହିଥିଲେ । 

ସେପଟେ ଯୋଗେଶଙ୍କ ସହ କଂଗ୍ରେସ ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପରୋକ୍ଷରେ ଇଙ୍ଗିତ ଦେଇଥିଲେ ପିସିସି ଶୃଙ୍ଖଳା କମିଟି ବରିଷ୍ଠ ନେତୃବୃନ୍ଦ । ତେବେ କଂଗ୍ରେସର ଏହି ଦୁଇ ବିଧାୟକଙ୍କ ମଧ୍ୟରୁ ଯୋଗେଶଙ୍କୁ ନିଲମ୍ବିତ କରାଯାଇଛି ।