କନକ ବ୍ୟୁରୋ : ସୁନ୍ଦରଗଡ ପ୍ରତିଷ୍ଠା ଦିବସ ଏବଂ ଜିଲ୍ଲା ମହୋତ୍ସବ ଯତରା-୨୦୨୪ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟନ ହୋଇଛି । ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ମଶାଲ ଆସି ସରକାରୀ ମହାବିଦ୍ୟାଳୟ ପଡିଆରେ ଏହି ଉତ୍ସବକୁ ଉଦଘାଟନ କରାଯାଇଛି । ରାଜବାଟୀ ସ୍ଥିତ ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା ପରେ ମଶାଲ ନେଇ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ସମଲେଇ ମନ୍ଦିରରୁ ବାହାରି ବିଏସ ହାଇସ୍କୁଲ, ସରକାରୀ ବସଷ୍ଟାଣ୍ଡ , ଡିଆରଡିଏ ଛକ, ପୋଷ୍ଟ ଅଫିସ ଛକ, ରଙ୍ଗାଢିପା ଛକ ଦେଇ ସରକାରୀ ମହାବିଦ୍ୟାଳୟ ପଡିଆକୁ ଆସିଥିଲା । ଶୋଭାଯାତ୍ରାକୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରାଯାଇଥିଲା । ଶୋଭାଯାତ୍ରାରେ ଜିଲ୍ଲାପାଳ, ଡିଆରଡିଏ ମୁଖ୍ୟ ନିର୍ବାହୀ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଅଧିକାରୀ ସାମିଲ ହୋଇଥିବା ବେଳେ ସୁନ୍ଦରଗଡର ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଓ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ । ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଜିଲ୍ଲା ମହୋତ୍ସବ ଆସନ୍ତା ୫ ତାରିଖ ଯାଏ ଚାଲିବ । ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାର ସାଂସ୍କୃତିକ ଦଳ ତାଙ୍କର କଳା ତ୍ପଦର୍ଶନ କରିବେ । ଏହା ସହିତ ୨୦୦ ଟି ଷ୍ଟଲରେ ବିଭିନ୍ନ ଜିଲ୍ଲାର ମିଶନ ଶକ୍ତିର ଏସଏଚଜି ଗ୍ରୁପ ମାନଙ୍କର ସାମଗ୍ରୀ ବିକ୍ରୀ ହେବାର କାର୍ଯ୍ୟକ୍ରମ ରହିଛି ।
ସୁନ୍ଦରଗଡ ଜିଲ୍ଲାମହୋତ୍ସବ ଯାତରା-୨୦୨୪ ଉଦଘାଟିତ । ଆସନ୍ତା ୫ ପର୍ଯ୍ୟନ୍ତ ୨୦୦ ଷ୍ଟଲରେ ଚାଲିବ କିଣାବିକା
/kanak/media/post_attachments/wp-content/uploads/2024/01/27.jpg)