ଦମନ ଫିଲ୍ମ ଦେଖିବେ ସରକାରୀ ଅଧିକାରୀ : ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଦେଖିବେ ଓଡ଼ିଆ ଫିଲ୍ମ

411

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଦମନ ଚଳଚ୍ଚିତ୍ର ଦେଖିବେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ । ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ଆସନ୍ତା ୨୭ ତାରିଖ ରହବିବାର ଦିନ ସନ୍ଧ୍ୟା ୬ଟାରେ ସ୍ଥାନୀୟ ଏକ ମଲ୍ଟିଲେକ୍ସରେ ସ୍ୱତନ୍ତ୍ର ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ବସି ଦମନ ଫିଲ୍ମର ମଜା ନେବେ । ରାଜ୍ୟ ସଂସ୍କୃତି ବିଭାଗ ଚିଠିକୁ ଆଧାର କରି ଜିଲ୍ଲାପାଳ ଏପରି ନିର୍ଦ୍ଦେଶ ଦେଇଛନ୍ତି ।