କନକ ବ୍ୟୁରୋ : କରୋନା ସଂକ୍ରମଣ ବଢୁଥିବା ବେଳେ, ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଏନଟିପିସି କୋଭିଡ କେୟାର ସେଂଟରରେ ଅବ୍ୟବସ୍ଥାର ଅଭିଯୋଗ ଆସିଛି । ଏଠାରେ ଥିବା ରୋଗୀଙ୍କୁ ଠିକ୍ ସମୟରେ ଖାଇବାକୁ ଦିଆଯାଉନଥିବା ଜଣାପଡିଛି । ଏହାସହିତ ଚିକିତ୍ସାରେ ମଧ୍ୟ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଗତକାଲି ରାତି ୧୨ ଟା ଯାଏଁ ଖାଇବା ପାଇଁ ଦିଆଯାଇନଥିବା ଅଭିଯୋଗ କରି ଜଣେ ରୋଗୀ ଏକ ଭିଡିଓ ପଠାଇଛନ୍ତି ।
ସେଥିରେ ସେ କହିଛନ୍ତି ଦ୍ୱିପ୍ରହରର ଖାଇବା ଦୁଇଟା ସମୟରେ ଦିଆଯାଇଥିବା ବେଳେ ରାତି ୧୨ଟା ପର୍ଯ୍ୟନ୍ତ ତାଙ୍କ ପାଖରେ ଖାଦ୍ୟ ପହଚିଂନଥିଲା । ପାଣି ଟିକିଏ ପାଇଁ ମଧ୍ୟ ଅସୁବିଧାର ସମ୍ମୁଖୀନବ ହେବାକୁ ପଡୁଛି । ଏହି ଭିଡିଓରେ ମହିଳା ରୋଗୀ ଜଣଙ୍କ କେବଳ ତାଙ୍କ ଅସୁବିଧା ନୁହେଁ ବରଂ ମେଡିକାଲରେ ଥିବା ଅନ୍ୟ ରୋଗୀଙ୍କ ଅଭିଯୋଗକୁ କଏଦ କରି ପଠାଇଛନ୍ତି । ଜିଲ୍ଲାପାଳ କହିଛନ୍ତି ସବୁ ଠିକ୍ ହୋଇଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/vlcsnap-2021-04-30-09h14m03s314.png)