କନକ ବ୍ୟୁରୋ: ଚିନ୍ତା ବଢାଉଛି ସୁନ୍ଦରଗଡ । ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲାରେ ୨୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ସୁନ୍ଦରଗଡ ଜିଲ୍ଲାରେ ବଢୁଥିବା କରୋନା ଗ୍ରାଫ ରାଜ୍ୟ ପାଇଁ ଚିନ୍ତା ବଢାଉଛି । ଗୋଟିଏ ପଟେ ଛତିଶଗଡ ସୀମାନ୍ତରେ ଥିବା ୧୦ଟି ଜିଲ୍ଲାରେ ରାଜ୍ୟ ସରକାର ନାଇଟ କର୍ଫ୍ୟୁ ଓ ସ୍ପେଶାଲ ଡ୍ରାଇଭ କରି ସୀମାରେ ଜୋରସୋରରେ ଚେକିଂ ଚାଲିଛି । ଛତିଶଗଡ ସହ ଦେଶର ଅନ୍ୟ ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କ ଉପରେ କଟକଣାକୁ ବଢାଇ ଦିଆଯାଇଛି । ତେବେ ଛତିଶଗଡକୁ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ କରି ଦିଆଯାଇଛି ।

Advertisment

ଅନ୍ୟପଟେ ଛତିଶଗଡ ସମୀନ୍ତବର୍ତୀ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗୋଟିଏ ଦିନରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୨ଶହ୮୨ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକମଣ ବଢୁଥିବାରୁ ପ୍ରଶାସନର ନିଦ ହଜିଯାଇଛି । ହେଲେ ଧର୍ମଗଡରେ ବିନା କଟକଣାରେ ସାପ୍ତାହିକ ହାଟ ଚାଲିଛି । ଛତିଶଗଡ ସୀମା ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଏହି ହାଟରେ କାଁ ଭାଁ କିଛି ଲୋକଙ୍କ ଛାଡି ଦେଲେ ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ନାହିଁ । ସରକାର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲଗାଇ ସଂକ୍ରମଣ ଗତିରେ ବ୍ରେକ ଲଗାଇବା ପାଇଁ ଉଦ୍ୟମ କରୁଛନ୍ତି  କିନ୍ତୁ ଲୋକେ ସଚେତନ ହେଉନାହାନ୍ତି ।