କନକ ବ୍ୟୁରୋ : ବିଜେପିର ବନ୍ଦ ପାଳନ ବେଳେ ସୁନ୍ଦରଗଡ଼ ସହର ହୋଇଗଲା ଶୂନଶାନ୍ । କାଁ ଭାଁ ଦୁଇ ଚକିଆ ଗାଡ଼ି ରାସ୍ତାରେ ଗଡୁଥିବା ଦେଖିବାକୁ ମିଳିଥିଲା । ଦୋକାନ, ବଜାରରେ ପଡିଥିଲା ସଟର୍ । କୋଇଡ଼ା, ବଣାଇ, ରାଜଗାଙ୍ଗପୁରରେ ବି ଏହାର ପ୍ରଭାବ ପଡିଥିଲା ।
ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗରର ଏଏସଆଇ ଆଲିସ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ହଲାବୋଲ କରିଛି ବିଜେପି । ସିବିଆଇ ତଦନ୍ତ ଦାବିରେ ୧୨ ଘଂଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରିଛି ଦଳ । ଆଦିବାସୀ ସଂଗଠନ ପରେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଦୁଇ ମହିଳା ଅଧିକାରୀଙ୍କ ମୃତ୍ୟୁ ରହସ୍ୟ ଖୋଲିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦାବି ଜୋରଦାର ହୋଇଛି । ସିବିଆଇ ତଦନ୍ତ କରାଯାଇ ସତକୁ ସାମ୍ନାକୁ ଆଣିବାକୁ ଦାବି କରିଛି ଦଳ । ବିଜେପି ପ୍ରଶ୍ନ କରିଛି -
ବିଜେପିର ପ୍ରଶ୍ନ
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା?
ରହସ୍ୟ ଉନ୍ମୋଚନ କରିବାରେ କାହିଁକି ସଫଳ ହେଉନି ପ୍ରଶାସନ?
ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଆଲିସ ଲୁଗୁନଙ୍କ ମୃତ୍ୟୁ ପଛର ରହସ୍ୟ କ’ଣ?
ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ବିରୋଧରେ ଅତ୍ୟାଚାର ବୃଦ୍ଧି ପାଇବା ସହ ସେମାନେ ହିଂସାର ଶିକାର ହେଉଥିବା ବିଜେପି ଅଭିଯୋଗ କରିଛି । ସେପଟେ ସୁସ୍ମିତା ମିଞ୍ଜ ମୃତ୍ୟୁ ମାମଲାରେ ଗୁରୁଣ୍ଡିଆ ବିଡିଓ ଓ ସିଡିପିଓଙ୍କୁ ପଚରାଉଚରା କରିଛି ପୁଲିସ । ଏଏସଆଇ ଲୁଗୁନଙ୍କ ସ୍ୱାମୀ ହତ୍ୟା ଅଭିଯୋଗ କରିବା ପରେ ୩୦୨ ଦଫା ଲଗାଇ ମାମଲା ରୁଜୁ କରାଯାଇଛି । ଏପଟେ ରାଉରକେଲା ଏସପି କହିଛନ୍ତି, ନିରପେକ୍ଷ ଭାବେ ତଦନ୍ତ କରାଯାଉଛି, ଦୋଷୀଙ୍କୁ ଛଡ଼ାଯିବ ନାହିଁ । ସୁସ୍ମିତା ମିଞ୍ଜ ଓ ଆଲିସ୍ ଲୁଗୁନଙ୍କ ମୃତ୍ୟୁକୁ ନେଇ ସଂଦେହ ବଢି ଚାଲିଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ଘଟଣାର ପ୍ରକୃତ ରହସ୍ୟ ଖୋଲିବା ପାଇଁ ଦାବି ତେଜିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/16-1.jpg)