ସୁନ୍ଦରଗଡ କଂଗ୍ରେସ-ବିଜେଡି ମେଂଟ ବିବାଦ : ଏଆଇସିସିକୁ ଚିଠି ଲେଖିଲେ ବିଧାୟକ ପ୍ରଫୁଲ୍ଲ ମାଝୀ

29

କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା ପରିଷଦ ନିର୍ବାଚନରେ ଘୋଡ ବେପାର ଆଶଙ୍କା । ଏନେଇ ନରସିଂହ ମିଶ୍ରଙ୍କ ଜରିଆରେ ଏଆଇସିସିକୁ ଚିଠି ଲେଖିଲେ ବିଧାୟକ ପ୍ରଫୁଲ୍ଲ ମାଝୀ । ସମଦୂରତା ରକ୍ଷା କରିବାକୁ କୁହାଯାଇଥିଲେ ମଧ୍ୟ କାହିଁକି ବିଜେଡିକୁ ସମର୍ଥନ କରାଗଲା ବୋଲି ପ୍ରଫୁଲ୍ଲ ମାଝୀ କହିଛନ୍ତି । କେଉଁ ପରିସ୍ଥିତିରେ ବିଜେଡି ସହ କଂଗ୍ରେସ ମେଂଟ କଲା ବୋଲି ପ୍ରଫୁଲ୍ଲ ମାଝୀ ପ୍ରଶ୍ନ କରିଛନ୍ତି । ଏହାସହ ଯଦି ମେଂଟ ହେବାର ଥିଲା ତେବେ ଆଲୋଚନା ମାଧ୍ୟମରେ ବି ହୋଇପାରିଥାନ୍ତ ବୋଲି ସେ କହିଛନ୍ତି ।

ସୁନ୍ଦରଗଡ ଜିଲ୍ଲାରେ ମୋଟ ୩୫ ଆସନ ମଧ୍ୟରୁ ବିଜେପିକୁ ୧୪ଟି ଆସନ ଓ ବିଜେଡକିୁ ୧୩ ଆସନ ମିଳିଥିଲା । କଂଗ୍ରେସ ପାଖରେ ୫ଟି, ଅନ୍ୟାନ୍ୟକୁ ୩ଟି ଆସନ ମିଳିଥିଲା । ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ହାତେଇବା ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ମେଂଟ ହୋଇଥିଲା । ଶେଷରେ କଂଗ୍ରେସର ୫ ଜଣ ଜିଲାପରିଷଦ ସଭ୍ୟ ଓ ସ୍ୱାଧୀନ ପ୍ରାର୍ଥୀମାନେ ବିଜେଡିକୁ ସମର୍ଥନ ଦେଇଥିଲେ ।