କନକ ବ୍ୟୁରୋ : ସୁନ୍ଦରଗଡ ଜିଲ୍ଲା ପରିଷଦ ନିର୍ବାଚନରେ ଘୋଡ ବେପାର ଆଶଙ୍କା । ଏନେଇ ନରସିଂହ ମିଶ୍ରଙ୍କ ଜରିଆରେ ଏଆଇସିସିକୁ ଚିଠି ଲେଖିଲେ ବିଧାୟକ ପ୍ରଫୁଲ୍ଲ ମାଝୀ । ସମଦୂରତା ରକ୍ଷା କରିବାକୁ କୁହାଯାଇଥିଲେ ମଧ୍ୟ କାହିଁକି ବିଜେଡିକୁ ସମର୍ଥନ କରାଗଲା ବୋଲି ପ୍ରଫୁଲ୍ଲ ମାଝୀ କହିଛନ୍ତି । କେଉଁ ପରିସ୍ଥିତିରେ ବିଜେଡି ସହ କଂଗ୍ରେସ ମେଂଟ କଲା ବୋଲି ପ୍ରଫୁଲ୍ଲ ମାଝୀ ପ୍ରଶ୍ନ କରିଛନ୍ତି । ଏହାସହ ଯଦି ମେଂଟ ହେବାର ଥିଲା ତେବେ ଆଲୋଚନା ମାଧ୍ୟମରେ ବି ହୋଇପାରିଥାନ୍ତ ବୋଲି ସେ କହିଛନ୍ତି ।
ସୁନ୍ଦରଗଡ ଜିଲ୍ଲାରେ ମୋଟ ୩୫ ଆସନ ମଧ୍ୟରୁ ବିଜେପିକୁ ୧୪ଟି ଆସନ ଓ ବିଜେଡକିୁ ୧୩ ଆସନ ମିଳିଥିଲା । କଂଗ୍ରେସ ପାଖରେ ୫ଟି, ଅନ୍ୟାନ୍ୟକୁ ୩ଟି ଆସନ ମିଳିଥିଲା । ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ହାତେଇବା ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ମେଂଟ ହୋଇଥିଲା । ଶେଷରେ କଂଗ୍ରେସର ୫ ଜଣ ଜିଲାପରିଷଦ ସଭ୍ୟ ଓ ସ୍ୱାଧୀନ ପ୍ରାର୍ଥୀମାନେ ବିଜେଡିକୁ ସମର୍ଥନ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-14-18h48m15s416-1.png)