କନକବ୍ୟୁରୋ :ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ବଡ଼ ଲଢ଼େଇ ପାଇଁ ଆଜି ନାମାଙ୍କନ ଭରିବେ ବିଜେଡି ଲୋକସଭା ପ୍ରାର୍ଥୀ ତଥା ପଦ୍ମଶ୍ରୀ ଦିଲ୍ଲ୍ୀପ ତିର୍କୀ । ତାଙ୍କ ସହ ସୁନ୍ଦରଗଡ଼ ବିଧାନସଭା ପ୍ରାର୍ଥୀ ଯୋଗେଶ ସିଂହ ମଧ୍ୟ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ । ନାମାଙ୍କନ ଦାଖଲ ପୂର୍ବରୁ ପତ୍ନୀଙ୍କ ସହ ମିଶନ ଛକରେ ଥିବା ଚର୍ଚ୍ଚକୁ ଯାଇ ପ୍ରାର୍ଥନା କରିଛନ୍ତି ଦିଲ୍ଲୀପ ତିର୍କୀ । ଏହାପରେ ସେ ସମଲେଶ୍ୱରୀ ମନ୍ଦିର ଯାଇ ସେଠାରେ ମଧ୍ୟ ପୂଜାର୍ଚ୍ଚନା କରିବେ ।
ଏହାପରେ ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ଦିଲ୍ଲ୍ୀପ ତିର୍କୀ ଓ ଯୋଗେଶ ସିଂହ । ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଜନାର୍ଦ୍ଦନ ଦେହୁରୀଙ୍କୁ ପ୍ରାର୍ଥୀ କରିଛି । ସେହିପରି ସୁନ୍ଦରଗଡ଼ ବିଧାନସଭା ଆସନରେ ଯୋଗେଶ ସିଂହଙ୍କୁ ଟକ୍କର ଦେବେ ବିଜେପି ପ୍ରାର୍ଥୀ କୁଶୁମ ଟେଟେ ଓ କଂଗ୍ରେସ ପ୍ରାର୍ଥୀ ଅମିତା ବିଶ୍ୱାଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Screen-Shot-2024-04-30-at-9.50.15-AM-1.png)