ମର୍ମନ୍ତୁଦ ସଡକ ଦୁର୍ଘଟଣା ! ସୁନ୍ଦରଗଡ ବୁଢାକଟା ଛକରେ ଦୁର୍ଘଟଣାରେ ୨ ମୃତ

66

କନକ ବ୍ୟୁରୋ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୁନ୍ଦରଗଡ ବୁଢାକଟା ଛକରେ ଦୁର୍ଘଟଣାରେ ୨ ମୃତ । ଏଥିରେ ୨ ଜଣ ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି । ଆଜି ସକାଳୁ ଏଭଳି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ପୁରୁଷ ଓ ଜଣେ ମହିଳା ।

ଦୁଇ ଜଣ ଶିଶୁଙ୍କ ସହ ପୁରୁଷ ଓ ମହିଳା ବାଇକରେ ଯାଉଥିବା ବେଳେ ପଛରୁ ଏକ ଟ୍ରଲର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟ ପୁରୁଷ ଓ ମହିଳା ପ୍ରାଣ ହରାଇଛନ୍ତି । ତେବେ ୨ ଜଣ ଗୁରୁତର ଶିଶୁଙ୍କୁ ଉଦ୍ଧାର କରି ରାଉରକେଲା ଆରଚିଏଚରେ ଭର୍ତି କରାଯାଇଛି ।