କନକ ବ୍ୟୁରୋ : ମର୍ମନ୍ତୁଦ ସଡକ ଦୁର୍ଘଟଣା । ସୁନ୍ଦରଗଡ ବୁଢାକଟା ଛକରେ ଦୁର୍ଘଟଣାରେ ୨ ମୃତ । ଏଥିରେ ୨ ଜଣ ଶିଶୁ ଗୁରୁତର ହୋଇଥିବା ସୂଚନା ମିଳିଛି । ଆଜି ସକାଳୁ ଏଭଳି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଜଣେ ପୁରୁଷ ଓ ଜଣେ ମହିଳା ।
ଦୁଇ ଜଣ ଶିଶୁଙ୍କ ସହ ପୁରୁଷ ଓ ମହିଳା ବାଇକରେ ଯାଉଥିବା ବେଳେ ପଛରୁ ଏକ ଟ୍ରଲର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟ ପୁରୁଷ ଓ ମହିଳା ପ୍ରାଣ ହରାଇଛନ୍ତି । ତେବେ ୨ ଜଣ ଗୁରୁତର ଶିଶୁଙ୍କୁ ଉଦ୍ଧାର କରି ରାଉରକେଲା ଆରଚିଏଚରେ ଭର୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/Screen-shot-2017-03-19-at-9.00.28-AM.png)