ସୁନ୍ଦରଗଡ ୧୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା : ୧୦ ଜଣଙ୍କ ଅବସ୍ଥା ଗୁରୁତର

24

କନକ ବ୍ୟୁରୋ : ସୁନ୍ଦରଗଡ ୧୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଏଥିରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ସୁନ୍ଦରଗଡ ଜିଲ୍ଲା ୧୦ ନମ୍ବର ଜାତୀୟ ରାଜପଥରେ କରମଡିହି ଛକରେ ଆଜି ସକାଳେ ଘଟିଛି ଏହି ଦୁର୍ଘଟଣା । ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଅଟୋକୁ ସାମନା ପଟୁ ଆସୁଥିବା ଟ୍ରକ୍ ଧକ୍କା ଦେଇଥିଲା । ଅଟୋରେ ମୋଟ ୧୨ ଜଣ ଯାତ୍ରୀ ଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।

ଜରଙ୍ଗଲୋଇରୁ ଶ୍ରମିକମାନଙ୍କୁ ନେଇ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଅଟୋଟି ଜରଙ୍ଗଲୋଇରୁ ଶ୍ରମିକମାନଙ୍କୁ ନେଇ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରକ୍ ଓ ଅଟୋକୁ ଜବତ କରି ତଦନ୍ତ ଚଳାଇଛି ।