ଦୁନିଆର ସର୍ବୋଚ୍ଚ ଟେକ୍ କମ୍ପାନୀ ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବେ ଗୁଗୁଲର ପେରେଣ୍ଟ୍ କମ୍ପାନୀ ଆଲଫାବେଟ୍ ସିଇଓ ପଦରେ ନିଯୁକ୍ତ ହେଲେ । ଗୁଗଲର କୋ-ଫାଉଣ୍ଡର୍ ପଦରୁ ଲେରୀ ପେଜ୍ ଏବଂ ସଗ୍ରି ବ୍ରିନ୍ ଇସ୍ତଫା ଦେବା ପରେ ସୁନ୍ଦର ପିଚାଇଙ୍କୁ ଏହି ପଦ ମିଳିଛି । ତେବେ ପରିବର୍ତ୍ତନ ପରେ ବି ସଗ୍ରି ବ୍ରିନ୍ ଏବଂ ଲେରୀ ପେଜ୍ କମ୍ପାନୀର ସେୟାର୍ ଧାରକ ଏବଂ ବୋର୍ଡ ଅଫ୍ ଡାଇରେକ୍ଟରରେ ସାମିଲ ରହିବେ । /kanak/media/post_attachments/wp-content/uploads/2019/12/zz-300x171.png)
୨୦୧୫ରେ ଗୁଗଲ କମ୍ପାନୀର ପରିବର୍ତ୍ତନ ହୋଇଥିଲା ଏବଂ ଆଲଫାବେଟର ସ୍ଥାପନା କରାଯାଇଥିଲା । ଆଲଫାବେଟ ହେଉଛି ଅଲଗା ଅଲଗା କମ୍ପାନୀର ଏକ ଗୃପ । ସୂଚନା ଅନୁଯାୟୀ ସୁନ୍ଦର ପିଚାଇଙ୍କର ପୁରା ନାଁ ସୁନ୍ଦରରାଜନ ପିଚାଇ । ତାଙ୍କ ଜନ୍ମ ୧୯୭୨ ମସିହା ୧୨ ଜୁଲାଇରେ ତାମିଲନାଡୁରରେ ହୋଇଥିଲା । ଆଇଆଇଟି ଖଡକପୁରରୁ ବିଟେକ ପାସ ପରେ ସେ ସ୍ଟେନର୍ଫୋଡ ବିଶ୍ୱବିଦ୍ୟାଳୟ ଏମଏସ କରିଥିଲେ । ପରେ ଆମେରିକାର ଫେନସିଲା ଭେନିୟା ବିଶ୍ୱବିଦ୍ୟାଳୟରୁ ଏମବିଏ କରିଥିଲେ । ୨୦୧୫ରେ ସୁନ୍ଦର ପିଚାଇଙ୍କୁ ଗୁଗଲର ସିଇଓ ପଦବୀ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/Google-and-Alphabet-CEO-Sundar-Pichai-Image-Reuters-770x435.jpg)