କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ । ବର୍ତ୍ତମାନ ସୁଦ୍ଧା ହୋଇନି ମହାପ୍ରଭୁଙ୍କ ସୁନାବେଶ । ମହାପ୍ରଭୁଙ୍କ ନୀତିକାନ୍ତି ୫ ଘଣ୍ଟା ଧରି ବିଳମ୍ବ । ସିଂଘାରୀ ଓ ଅନ୍ୟ ସେବାୟତଙ୍କ ମଧ୍ୟରେ ବିବାଦ । ବିବାଦ ଯୋଗୁଁ ନୀତିକାନ୍ତିରେ ବିଳମ୍ବ ହୋଇଛି । ଏହାସହ ମହାପ୍ରଭୁଙ୍କୁ ଦର୍ଶନ ନକରି ଶ୍ରଦ୍ଧାଳୁମାନେ ଫେରିଯାଇଛନ୍ତି ।
ଆଜି ପୌଷପୁର୍ଣ୍ଣିମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦେବାଭିଷେଜ ପୁର୍ଣ୍ଣିମାନୀତି । ଆଜି ମହାପ୍ରଭୁଙ୍କର ୩୯ଟି ନୀତି ରହିଥିବାରୁ ବିଭିନ୍ନ ସେବାୟତ ନିଯୋଗ ସହ ସମନ୍ୱୟ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା । ଶ୍ରୀମନ୍ଦିରର ଦ୍ୱାଦଶ ଯାତ୍ରା ମଧ୍ୟରୁ ପୌଷପୁର୍ଣ୍ଣିମା ଅନ୍ୟତମ ।
ଆଜିର ଦିନରେ ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶ ବା ଅଭିଷେକ ବେଶରେ ଦର୍ଶନ ଦିଅନ୍ତି । ଆଜି ଶ୍ରୀମନ୍ଦିରରେ ଦେବାଭିଷେକ ପୂର୍ଣ୍ଣିମା ପାଳିତ ହୋଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରିତିନୀତି କରାଯାଇଛି ।