ଆଜିଠୁ ମଞ୍ଜରୀ ଟିଭିରେ ପ୍ରସାରିତ ହେବ ‘ସୁନା ଫରୁଆ’ । ପ୍ରେମ, ପ୍ରତିଶୋଧ ଉପରେ ଆଧାରିତ ଏହି ଧାରାବାହିକ

57

କନକ ବ୍ୟୁରୋ : ମନୋରଞ୍ଜନ ଚ୍ୟାନେଲ ମଞ୍ଜରୀରେ ଆଜିଠୁ ପ୍ରସାରିତ ହେବାକୁ ଯାଉଛି ଆଉ ଗୋଟିଏ ନୂଆ ମେଗା ଧାରାବାହିକ ‘ସୁନା ଫରୁଆ’ । ସନ୍ଧ୍ୟା ୭ଟାରେ ମଞ୍ଜରୀ ଟିଭିରେ ଆପଣମାନେ ଦେଖିପାରିବେ ଏହି ମେଗାଧାରାବାହିକ ‘ସୁନାଫରୁଆ’ । ପ୍ରେମ ଓ ପ୍ରତିଶୋଧର ଭିତ୍ତିଭୂମି ଉପରେ କଳ୍ପିତ ଏଇ କାହାଣୀରେ ଓଡିଆ ଦର୍ଶକମାନଙ୍କୁ ଏକ ଭିନ୍ନ ସ୍ୱାଦର କାହାଣୀ ଦେଖିବାକୁ ମିଳିବ  । ଏହାର ପୃଷ୍ଠଭୂମି ଶହେ ବର୍ଷ ତଳର ଏକ ଘଟଣା ଓ ତା’ସହିତ ବର୍ତ୍ତମାନ ସମୟରେ ଚରିତ୍ରମାନଙ୍କର ସମ୍ପର୍କକୁ ନେଇ ଚିତ୍ରିତ କରାଯାଇଛି ।

ଏହି ଧାରାବାହିକର ମୁଖ୍ୟ ଚରିତ୍ର ଭାବରେ ଦର୍ଶକମାନେ ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ନିଖୁଣ ଅଭିନୟ ଦେଖିବାର ସୁଯୋଗ ପାଇବେ । ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ଉଶସୀ ମିଶ୍ର, ସୁଲଗ୍ନା, ବିକ୍ରମ ଓ ଚୌଧୁରୀ ବିକାଶ ଦାସଙ୍କ ଭଳି ଅନେକ ସୁନାମଧନ୍ୟ କଳାକାର । ଓଡିଆ  ଦର୍ଶକମାନେ ମଞ୍ଜରୀର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡିକ ଭଳି ଏହାକୁ ମଧ୍ୟ ଚାନେଲ’ର ୟୁଟ୍ୟୁବ୍ ପ୍ଲାଟଫର୍ମରେ ଦେଖିପାରିବେ । ପୂର୍ବ ଧାରାବାହିକ ଗୁଡିକ ଭଳି ଏହି ନୂଆ ମେଗା ଧାରାବାହିକକୁ ଓଡିଆ ଦର୍ଶକମାନେ ପସନ୍ଦ କରିବେ ବୋଲି ଆଶା କରାଯାଇଛି ।