ପୌଷ ପୂର୍ଣ୍ଣିମାରେ ମହାପଭୁଙ୍କର ପୌଷ୍ୟାଭିଷେକ ଓ ସୁନାବେଶ । ଆଂଶିକ ଗ୍ରହଣ ଥିବାରୁ ପୂଜା ନୀତିରେ ହେବନି କୌଣସି ବି ପରିବର୍ତ୍ତନ

366

କନକ ବ୍ୟୁରୋ: ଆଜି ପୌଷ ପୂର୍ଣ୍ଣମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ । ଏହି ଅବସରରେ ଶ୍ରୀବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହେବ । ରତ୍ନସିଂହାସନରେ ଠାକୁରଙ୍କ ଅଭିଷେକ ନୀତି ସମ୍ପନ୍ନ ହେବ । ଆଜିର ଦିନରେ ପ୍ରଭୁ ରାମଚନ୍ଦ୍ର ବନବାସରୁ ଫେରିବା ପରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା । ତେଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୁଷ୍ୟାଭିଷେକ ନୀତି ପାଳନ ହେବ ।

Image Courtesy:pratinidhiodia

ଏଥିପାଇଁ ଗୁରୁବାର ଚନ୍ଦନଲାଗି ନୀତି ପରେ ଭୋଗମଣ୍ଡପ ଘରେ ଜଳ ଓ ଘୃତ ଅଧିବାସ ହୋଇଛି । ଶୁକ୍ରବାର ସକାଳ ଧୂପ ସରିବା ପରେ ସ୍ୱତନ୍ତ୍ର ନୀତି ହେବ । ରତ୍ନସିଂହାସନ ତଳେ ଥିବା ଦର୍ପଣରେ ଶ୍ରୀଜଗନ୍ନାଥଙ୍କ ବାଡରେ ଅଭିଷେକ ନୀତି ଅନୁଷ୍ଠିତ ହେବ । ପରେ ମହାପ୍ରଭୁଙ୍କ ସୁନାବେଶ ସମ୍ପନ୍ନ ହେବ । ଆଜି ଆଂଶିକ ଗ୍ରହଣ ଥିବାରୁ ପୁରୀ ଶ୍ରୀମନ୍ଦିରରେ ପୂଜା ନୀତିରେ କୌଣସି ପରିବର୍ତନ କରାଯାଇନାହିଁ ।