ଆଜି ମହାପ୍ରଭୁଙ୍କ ରାଜାଧିରାଜ ତଥା ସୁନାବେଶ। ବୋଇତ ବନ୍ଦାଣ ସାଙ୍ଗକୁ ବଡଠାକୁରଙ୍କ ଦୁର୍ଲଭ ବେଶକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ଆଜି ମହାପ୍ରଭୁଙ୍କ ରାଜାଧିରାଜ ତଥା ସୁନାବେଶ। ବୋଇତ ବନ୍ଦାଣ ସାଙ୍ଗକୁ ବଡଠାକୁରଙ୍କ ଦୁର୍ଲଭ ବେଶକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

କନକ ବ୍ୟୁରୋ: ପବିତ୍ର କାର୍ତ୍ତିକ ମାସର ଶେଷ ଦିନରେ ଆଜି ଭକ୍ତଙ୍କୁ ରାଜାଧିରାଜ ତଥା ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ବଡ଼ ଠାକୁରଙ୍କ ସୁନାବେଶରେ ପାଇଁ ଶ୍ରୀକ୍ଷେତ୍ରରେ ଲାଗିଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ । ବୋଇତ ବନ୍ଦାଣ ସାଙ୍ଗକୁ ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି । ଭୋରରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଉଥିବାରୁ ରାତି ୧୨ଟା ପୂର୍ବରୁ ପହୁଡ଼ ହୋଇ ରାତି ୨ଟାରୁ ଦ୍ୱାରଫିଟା ନୀତି ପାଇଁ ବ୍ୟବସ୍ଥା ହୋଇଥିଲା । ଦ୍ୱାରଫିଟା ନୀତି ଶେଷ ହେବା ପରେ ପ୍ରାୟ ରାତି ୩ଟାରୁ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

publive-image Image Courtesy:pratinidhiodia

ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମା ଭିଡ଼କୁ ନଜରରେ ରଖି ଟ୍ରାଫିକ୍ ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି। ବଡ଼ ଗାଡ଼ି ସବୁକୁ ମାଳତୀପାଟପୁର ବାଇପାସ ଦେଇ ଛାଡ଼ିବାକୁ ସ୍ଥିର ହୋଇଛି। ବଡ଼ଦାଣ୍ଡରେ ମ୍ୟୁନିସିପାଲ ମାର୍କେଟର ଉଚ୍ଛେଦ ସ୍ଥାନରେ ଦୁଇଚକିଆ ପାର୍କିଂ ବ୍ୟବସ୍ଥା କରାଯାଇଛି। ଜଗନ୍ନାଥ ବଲ୍ଲଭ ଓ ଜେଲରୋଡ୍ର ଖାଲିସ୍ଥାନରେ ଚାରିଚକିଆ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯାଇଛି। ଯଦି ଭିଡ଼ ବଢ଼େ, ତେବେ ତାଳବଣିଆ ପଡ଼ିଆକୁ ପାର୍କିଂ ପାଇଁ ଗାଡ଼ି ପଠାଯିବ ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ କହିଛନ୍ତି। ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ବୋଇତ ବନ୍ଦାଣ ପାଇଁ ପୁରୀ ବେଳାଭୂମିରେ ଅଘଟଣକୁ ଏଡ଼ାଇବା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁଇଜଣ ଡିଏସପିଙ୍କୁ ଏହାର ତତ୍ତ୍ବାବଧାନ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe