କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ଚାଲିଛି ମହାବାହୁଙ୍କ ସୁନାବେଶ ଦର୍ଶନ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରୁଛନ୍ତି । ପୁରା ଶ୍ରୀକ୍ଷେତ୍ର ଭକ୍ତିମୟ ପରିବେଶରେ ଆହ୍ଲାଦିତ । ହେଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଆସନ୍ତା କାଲି ଭିତର ରତ୍ନଭଣ୍ଡାର ଖୋଲିବା ନେଇ କାର୍ଯ୍ୟକ୍ରମ ରହିଥିବାରୁ ଆଜି ରାତି ୧୧ ଟା ସୁଦ୍ଧା ସୁନାବେଶ ଦର୍ଶନ ଶେଷ ହେବ । ବାକି ଥିବା ନୀତିକାନ୍ତି ପାଇଁ ଯେତିକି ସେବାୟତ ଆବଶ୍ୟକ ସେତିକି ସେବାୟତ ରହି ନୀତିକାନ୍ତି ସମାପ୍ତ କରିବେ । ଏହାସହ ଆସନ୍ତା କାଲି ସକାଳ ୮ଟା ପରେ ଶ୍ରୀମନ୍ଦିର ଭିତରକୁ ସାଧାରଣ ଲୋକଙ୍କ ଦର୍ଶନ ଉପରେ କଟକଣା ରହିଛି । ହେଲେ ଅଧିକୃତ ସେବକ ଓ ପାଶ୍ୱର୍ମନ୍ଦିରର ପୂଜାରୀମାନେ ଶୀମନ୍ଦିରକୁ ପ୍ରବେଶ କରିପାରିବେ ।
କେବଳ ସେତିକି ନୁହେଁ ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ଅରବିନ୍ଦ ପାଢୀ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଧନ୍ୟବାଦ ଦେଇଛନ୍ତି ।