ଆଜି ପବିତ୍ର ଦୋଳ ପୂର୍ଣ୍ଣମା । ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ହେବ ସୁନାବେଶ, ଦୋଳବେଦୀରେ ଠାକୁରଙ୍କ ସାମ୍ନାରେ ପାଞ୍ଜି ପଢାଯିବାର ରହିଛି ପରମ୍ପରା

368

କନକ ବ୍ୟୁରୋ : ଆଜି ପବିତ୍ର ଦୋଳ ପୂର୍ଣ୍ଣମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ସୁନାବେଶ । ରତ୍ନ ସିଂହାସନରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରେ ପାଟବସ୍ତ୍ର ଲାଗି ହୋଇ ପ୍ରାୟ ୩୨ ପ୍ରକାର ଅଳଙ୍କାର ଲାଗି ମହାପ୍ରଭୁଙ୍କ ସୁନାବେଶ କରାଯିବ ।
ସେପଟେ ଦୋଳ ପୂର୍ଣ୍ଣମା ଅବସରରେ ଦୋଳବେଦୀରେ ଦୋଳଗୋବିନ୍ଦଙ୍କର ଅନୁଷ୍ଠିତ ହେବ ଫଗୁ ଖେଳ । ମନ୍ଦିରରୁ ଓହ୍ଲାଇ ଆସି ମହାପ୍ରଭୁ ଦୋଳଗୋବିନ୍ଦ ଭକ୍ତଙ୍କ ଗହଣରେ ଅବିର ଖେଳିବେ । ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନରେ ବସି ଦୋଳବେଦୀକୁ ଆସିବା ପରେ ପରମ୍ପରା ଅନୁସାରେ ହେବ ଫଗୁ ଖେଳ । ଏହି ଦିନରେ ଦୋଳବେଦୀରେ ଠାକୁରଙ୍କ ସାମ୍ନାରେ ପାଞ୍ଜିି ପଢାଯିବାର ରହିଛି ପରମ୍ପରା