କନକ ବ୍ୟୁରୋ : ଦୋଳ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିଛନ୍ତି। ଶ୍ରୀଜିଉଙ୍କ ସୁନାବେଶ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଠାକୁରଙ୍କ ସୁନାବେଶ ପାଇଁ ଅନ୍ୟ ଦିନ ତୁଳନାରେ ଶ୍ରୀମନ୍ଦିର ଅଧିକ ଉତ୍ସବ ମୁଖର ହୋଇଉଠିଥିଲା। ଠାକୁରଙ୍କ ସ୍ୱତନ୍ତ୍ର ନୀତିକାନ୍ତି ପରେ ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ସୁନାବେଶରେ ଦର୍ଶନ କରିଥିଲେ।
ଭକ୍ତମାନେ ଉତ୍ସାହର ସହିତ ସୁନାବେଶ ଦର୍ଶନ କରୁଛନ୍ତି। ଠାକୁରଙ୍କ ଏହି ଦୁର୍ଲଭ ବେଶ ବିଳମ୍ବିତ ରାତ୍ରି ଯାଏଁ ଚାଲିଥିଲା ବୋଲି ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ସୂଚନାଯୋଗ୍ୟ, ଶ୍ରୀଜିଉମାନଙ୍କର ବର୍ଷକୁ ୫ ଥର ସୁନାବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରର ରତ୍ନ ସିଂହାସନରେ ୪ ଥର ସୁନାବେଶ ଅନୁଷ୍ଠିତ ହେଉଥିବା ବେଳେ ରଥଯାତ୍ରା ସମୟରେ ବାହୁଡ଼ା ଯାତ୍ରା ପରେ ଏକାଦଶୀ ତିଥିରେ ରଥ ଉପରେ ମଧ୍ୟ ସୁନାବେଶ ହୋଇଥାଏ। ଶ୍ରୀମନ୍ଦିର ଭିତରେ ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ଶ୍ରୀଜିଉମାନଙ୍କ ସୁନାବେଶ ହୋଇଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/SUNABESA-1.jpg)