ଆଜି ଦୋଳ ପୂର୍ଣ୍ଣମା । ଶ୍ରୀମନ୍ଦିରରେ ବିଶେଷ ଦୋଳ ନୀତି , ବିମାନରେ ଆସି ଫଗୁ ଖେଳିବେ ଶ୍ରୀଜିଉ : ମହାପ୍ରଭୁଙ୍କର ହେବ ସୁନା ବେଶ

598

କନକ ବ୍ୟୁରୋ : ଆଜି ଦୋଳ ପୂର୍ଣ୍ଣମା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ । ଶ୍ରୀମନ୍ଦିରରେ ପାଳନ ହେଉଥିବା ୧୨ଟି ଯାତ୍ରା ମଧ୍ୟରୁ ଦୋଳ ଏକ ପ୍ରମୁଖ ଉତ୍ସବ । ପୂର୍ଣ୍ଣମୀ ଦିନ ଅର୍ଥାତ୍ ଦୋଳ ପୂର୍ଣ୍ଣମାରେ ହୋଇଥାଏ ମହାପ୍ରଭୁଙ୍କ ସୁନାବେଶ । ଯାହାକୁ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ସେପଟେ ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣମା ନେଇ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି ।

ରାତ୍ର ପ୍ରାୟ ୩ଟାରେ ଦ୍ୱାର ଫିଟା ନୀତି ପରେ ଭିତର ଶୋଧ, ମଙ୍ଗଳଆଳତୀ, ମଇମଲ, ତଡପଲାଗି ପରେ ଅବକାଶ , ରୋଷହୋମ , ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପ୍ରଭୃତି ନୀତି ରହିଛି । ସର୍ବାଙ୍ଗ ନୀତି ପରେ ନୂଆ ବସ୍ତ ପିନ୍ଧି ମହାପ୍ରଭୂ ନାଭିକଟା ମଣ୍ଡପକୁ ବିଜେ କରିବେ । ଏହିଠାରେ ମହାପ୍ରଭୁଙ୍କ ରାଜଧୀରାଜ ବେଶ ବା ସୁନା ବେଶ ହେବ । ଏହି ଅବସରରେ ଶ୍ରୀଜିଉ ପାଟବସ୍ତ୍ର ସହିତ ପ୍ରାୟ ୩୨ ପ୍ରକାରର ଅଳଙ୍କାର ପିନ୍ଧି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ।