କନକ ବ୍ୟୁରୋ : ଅପରାହ୍ନ ୪ଟାରେ ଶ୍ରୀଜିଉଙ୍କୁ ସୁନା ଲାଗି କରାଯିବ । ଦୁଇ ମହଣ ସୁନାରେ ସଜେଇ ହେବେ ମହାପ୍ରଭୁ । ପାଖାପାଖି ଏକ କ୍ୱିଂଟାଲ ସୁନା ଗହଣାରେ ସଜେଇ ହେବେ ଶ୍ରୀଜିଉ । ଏଥର ନୂଆ କିରିଟି ତିଆରି ହୋଇଥିବା ବେଳେ ତିନି ଠାକୁର ପିନ୍ଧିବେ ନୂଆ ମୁକୁଟ । ଜନ୍ମବେଦୀରୁ ବାହୁଡିବା ପରେ ସିଂହଦ୍ୱାର ଆଗରେ ଲାଗିଛି, ନନ୍ଦିଘୋଷ, ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦେବ ଦଳନ ରଥ । ଆଜି ଦ୍ୱାଦଶୀ ବଡ ତଡାଉ ବେଶ । ରଥ ଉପରେ ସୁନା ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ ।
ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ସ୍ଥିର ହୋଇଛି । ସକାଳ ୬ଟାରେ ମଙ୍ଗଳ ଆଳତି, ୬ଟା ୩୦ ମଇଲମ ତଡପ ଲାଗି ହୋଇଛି । ସକାଳ ୭ଟାରେ ତଡପ ଲାଗି, ୮ଟାରେ ଅବକାଶ, ସକାଳ ୯ଟାରେ ବେଶ ଶେଷ ନୀତି ଅନୁଷ୍ଠିତ ହେବ । ଦିନ ୧୦ଟାରୁ ସାଢେ ୧୦ଟାରେ ଗୋପାଳ ବଲ୍ଲଭ ବେଶ, ଅପରାହ୍ନ ୨ଟାରେ ମଧ୍ୟାହ୍ନ ଧୂପ ମହାପ୍ରଭୁଙ୍କୁ ଲାଗି କରାଯିବ । ସାଢେ ୩ଟାରେ ଶାଢୀ ଖଣ୍ଡୁଆ ଲାଗି ଓ ସନ୍ଧ୍ୟା ଆଳତୀ ପରେ ଅପରାହ୍ନ ୪ଟାରୁ ସୁନାବେଶ ଆରମ୍ଭ ହେବ । ପାଖାପାଖି ଏକ କ୍ୱିଂଟାଲ ସୁନା ଗହଣାରେ ସଜେଇ ହେବେ ଶ୍ରୀଜିଉ । ଏଥର ନୂଆ କିରିଟି ତିଆରି ହୋଇଥିବା ବେଳେ ତିନି ଠାକୁର ପିନ୍ଧିବେ ନୂଆ ମୁକୁଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/17-15.jpg)