ଖରାରେ ବାହାରକୁ ନ ଯିବା କ’ଣ ବାସ୍ତବରେ ସ୍ୱାସ୍ଥ୍ୟ ପାଇଁ ଖରାପ କି ? ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

Advertisment
ଖରାରେ ବାହାରକୁ ନ ଯିବା କ’ଣ ବାସ୍ତବରେ ସ୍ୱାସ୍ଥ୍ୟ ପାଇଁ ଖରାପ କି ? ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

Source: HelpCase

ଖରାରେ ଯିବ ତ କଳା ପଡ଼ିଯିବ। ବେଶି ସମୟ ଖରାରେ ରହିଲେ ଟୋନିଂ ସମସ୍ୟା ଦେଖାଦେବ। ଏମିତି କିଛି କଥା ଆମ ମନରେ ରହିଛି । ଏଥିପାଇଁ କାମ ନ ଥିଲେ ଖରାକୁ ବାହାରିବା ଲାଗି ଆମେ ସହଜରେ ଇଚ୍ଛା କରି ନଥାଉ। ଆମେ ଖରାକୁ ନ ଯିବା ଫଳରେ ଦେହରେ ଭିଟାମିନ୍‌ ଡ଼ିର ମାତ୍ରା ହ୍ରାସ ପାଉଛି। ଏକ ଗବେଷଣାରୁ  ଜଣାଯାଇଛି ଯେ,ଭିଟାମିନ୍‌ ଡ଼ି କମିବା ସ୍ୱାସ୍ଥ୍ୟ ଓ ଶାରୀରିକ ବିକାଶ ପାଇଁ ବିପଦ। ଏଥିଲାଗି ମହିଳାମାନଙ୍କଠାରେ ଅଷ୍ଟିୟୋପାରୋସିସ୍‌ ରୋଗ ହେବାର ଆଶଙ୍କା ଦେଖା ଦେଇଥାଏ।publive-imageଏକ ରିପୋର୍ଟ ଅନୁଯାୟୀ ଭାରତର ଗ୍ରାମୀଣ କ୍ଷେତ୍ରରେ ୭୦ ପ୍ରତିଶତ ଓ ସହରାଞ୍ଚଳରେ ପ୍ରାୟ ୯୪ ପ୍ରତିଶତ ଲୋକଙ୍କଠାରେ ଭିଟାମିନ୍‌ ଡ଼ିର ମାତ୍ରା କମ୍‌ ରହିଛି। କନସଲଟାଣ୍ଟ୍‌ ଜଏଣ୍ଟ୍‌ ରିପ୍ଲେସମେଣ୍ଟ୍‌ ଆଣ୍ଡ୍‌ ସ୍ପାଇନ୍‌ ସର୍ଜନ ରାଘବେନ୍ଦ୍ର କହିଛନ୍ତି ,ଖରାକୁ ନ ଯିବା ଓ ପୃଷ୍ଟିସାର ଯୁକ୍ତ ଖାଦ୍ୟ ନ ଖାଇବା ଫଳରେ ମଣିଷଠାରେ ଭିଟାମିନ୍‌ ଡ଼ିର ମ।ତ୍ରା ହ୍ରାସ ପାଇଥାଏ। ୪୫ ରୁ ୫୦ ବର୍ଷ ବୟସପରେ ମହିଳାମାନଙ୍କର ମନୋପୋଜ୍‌ ହୋଇଥାଏ। ଏହା ପରେ ମହିଳାମାନଙ୍କର ହାତରେ ଫ୍ରାକଚର୍‌ ହେବାର ଆଶଙ୍କା ବଢ଼ିଥାଏ। ଏହା ୬୦ ବର୍ଷ ଯାଏଁ ଜାରି ରହେ। ଯେଉଁମାନଙ୍କ ଶରୀରରେ ଭିଟାମିନ୍‌ ଡ଼ିର ମାତ୍ରା କମ୍‌ ଥାଏ,ସେମାନେ ମାନସିକ ଚାପ ଭିତରେ ଥାଆନ୍ତି। ଏଣୁ ଖରାକୁ ଯିବା ଉଚିତ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe