ଓଡିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ : ମେ’ ୨୧ରୁ ହେବ ଆରମ୍ଭ, ଜୁନ ୧୮ରେ ଖୋଲିବ

Advertisment
ଓଡିଶା ହାଇକୋର୍ଟରୁ ବଦଳିବେ ୨ ବିଚାରପତି ! ଜଷ୍ଟିସ ଶତ୍ରୁଘ୍ନ ପୂଜାରୀଙ୍କୁ ଓଡ଼ିଶା ହାଇକୋର୍ଟକୁ ଫେରାଇ ଆଣିବା ପାଇଁ ସୁପାରିଶ

source : thehindu.com

କନକ ବ୍ୟୁରୋ : ଓଡିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ ମେ’ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଅବକାଶ ପରେ ଜୁନ ୧୮ ତାରିଖରେ କୋର୍ଟ ଖୋଲିବ। କିନ୍ତୁ ଅବକାଶ ପୂର୍ବରୁ ମେ’ ୧୮ ତାରିଖ ଦିନ ଶେଷ କାର୍ଯ୍ୟ ଦିବସ ହୋଇଥିବାରୁ ଛୁଟି ୧୯ ତାରିଖରୁ ଆରମ୍ଭ ହେବ। ପ୍ରାୟ ଏକ ମାସର ଏହି ଛୁଟି ଭିତରେ ମେ ୨୩, ୩୦, ଜୁନ୍ ୬ ଓ ୧୨ ତାରିଖରେ ପୂର୍ବାହ୍ନ ୧୧ଟାରେ ଅବକାଶକାଳୀନ ଖଣ୍ଡପୀଠ ଜରୁରି ମାମଲା ଗୁଡିକର ଶୁଣାଣି କରିବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଜାରି ନୋଟିସରେ ସୂଚନା ଦିଆଯାଇଛି। ମେ’ ୨୩ରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଓ ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀ ଅବକାଶକାଳୀନ ଖଣ୍ଡପୀଠରେ ମାମଲା ଗୁଡିକର ଶୁଣାଣି କରିବେ। ସେହିଭଳି ମେ’ ୩୦ରେ ଡକ୍ଟର ଜଷ୍ଟିସ ବି.ଆର୍.ଷଡଙ୍ଗୀ, ଜଷ୍ଟିସ ଏସ୍.କେ.ସାହୁ, ଜଷ୍ଟିସ କେ.ଆର୍.ମହାପାତ୍ର, ଜୁନ୍ ୬ରେ ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଜଷ୍ଟିସ ଏସ୍.କେ.ସାହୁ, ଜୁନ୍ ୧୨ରେ ଜଷ୍ଟିସ ଏସ୍.ସି.ପରିଜା ଓ ଡକ୍ଟର ଜଷ୍ଟିସ ଏ.କେ.ରଥ ଅବକାଶକାଳୀନ ଖଣ୍ଡପୀଠରେ ଜରୁରି ମାମଲା ଗୁଡିକର ଶୁଣାଣି କରିବେ।

ଗ୍ରୀଷ୍ମ ଅବକାଶ ସମୟରେ ମେ ୨୭, ଜୁନ୍ ୩, ୯, ୧୦, ୧୪, ୧୫ ଓ ୧୬ ତାରିଖରେ ହାଇକୋର୍ଟ କାର୍ୟ୍ୟାଳୟ ବନ୍ଦ ରହିବ। କାର୍ଯ୍ୟ ଦିବସ ଗୁଡିକରେ ୧୧ଟାରୁ ୩ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହିବ। ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ଦାୟର କରାଯାଇ ପାରିବ। ପୂର୍ବରୁ ବିଚାରାଧୀନ ମାମଲା ଗୁଡିକ ବରିଷ୍ଠ ଅବକାଶକାଳୀନ ବିଚାରପତିଙ୍କ ବିନା ଅନୁମତିରେ ଶୁଣାଣି ଲାଗି ତାଲିକାଭୁକ୍ତ ହୋଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଗ୍ରୀଷ୍ମ ଅବକାଶ ସମୟରେ ଏଥର ଅବକାଶକାଳୀନ ଖଣ୍ଡପୀଠ ସହିତ ସ୍ୱତନ୍ତ୍ର ଖଣ୍ଡପୀଠ ବିଚାରାଧୀନ ଜେଲ କ୍ରିମିନାଲ ଅପିଲ ଓ କ୍ରିମିନାଲ ଅପିଲ ଗୁଡିକର ଶୁଣାଣି କରିବେ। ଜେଲରେ ୫ ବର୍ଷରୁ ଅଧିକ ସମୟ ଧରି ରହିଥିବା ଆବେଦନକାରୀଙ୍କ ଅପିଲ ଗୁଡିକ ସ୍ୱତନ୍ତ୍ର ଖଣ୍ଡପୀଠରେ ଶୁଣାଣି କରାଯିବ। ମେ’୨୩ରେ ଜଷ୍ଟିସ ଏସ୍.କେ.ସାହୁ ଓ ଜଷ୍ଟିସ କେ.ଆର୍.ମହାପାତ୍ର, ମେ’ ୨୫ରେ ଜଷ୍ଟିସ ଏସ୍.କେ.ସାହୁ, ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀ, ଜୁନ୍ ୪ରେ ଜଷ୍ଟିସ ବିଶ୍ୱଜିତ ମହାନ୍ତି ଓ ଜଷ୍ଟିସ ଏସ୍.କେ.ସାହୁ ସ୍ୱତନ୍ତ୍ର ଖଣ୍ଡପୀଠରେ ମାମଲା ଗୁଡିକର ଶୁଣାଣି କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe