ଲୋକମାନେ ଭାବନ୍ତି ଯେ ଗରମ ଦିନରେ ଓଜନ ହ୍ରାସ କରିବା ସହଜ ହୋଇଥାଏ । କାରଣ ଏହି ସମୟରେ ହେଭି ଫୁଡ୍ ଖାଇବାକୁ ଇଚ୍ଛା ହୋଇ ନ ଥାଏ । କିନ୍ତୁ ଗରମ ହେତୁ ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୋଇଥାଏ । ଆସନ୍ତୁ ଜାଣିବା କିଛି ଥଣ୍ଡା ପାନୀୟ ବିଷୟରେ ଯାହା ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।
ସଫ୍ଟ ଡ୍ରିଙ୍କ୍ସ : ବଜାରରେ ମିଳୁଥିବା ୩୩୦ ଏମଏଲ କୋକ୍ ବୋତଲରେ ପ୍ରାୟ ୧୩୯ କ୍ୟାଲୋରି ଥାଏ । ସୁଗାର ମଧ୍ୟ ଅଧିକ ପରିମାଣରେ ଥାଏ । ଓଜନ କମ୍ କରିବାକୁ ଚାହୁଁଥିବା ଲୋକମାନେ ସଫ୍ଟ ଡ୍ରିଙ୍କ୍ସ ପିଇବା ଅନୁଚିତ ।
ଆଲକୋହଲ: ଏକ ଗ୍ଲାସ ଓ୍ଵାଇନରେ ୧୧୦ ରୁ ୩୦୦ ଯାଏଁ କ୍ୟାଲୋରି ରହିଥାଏ ।
ମଲାଇ ଲସୀ: ଦହି ଏବଂ ମଲାଇ ଲସି ଆପଣଙ୍କ ଓଜନକୁ ବୃଦ୍ଧି କରିଥାଏ । ତେଣୁ ଓଜନ କମ୍ କରିବାକୁ ଚାହୁଁଥିଲେ ଏସବୁକୁ ଗ୍ରହଣ କରନ୍ତୁ ନାହିଁ ।
ମକଟେଲ୍ସ : ଏଥିରେ ଥିବା ସ୍ୱିଟନର ଏବଂ ଫ୍ରୁଟ୍ ଫ୍ଲେଭରସ ରେ ୫୦୦ ରୁ ଅଧିକ କ୍ୟାଲୋରି ରହିଥାଏ।
ମଇଁଷି କ୍ଷୀର: ଏକ ଗ୍ଲାସ ମଇଁଷି କ୍ଷୀରରେ ୨୮୫ କ୍ୟାଲୋରି ରହିଥାଏ । ଏହା ପିଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।
ଚକୋଲେଟ ସେକ୍ : ଏକ ଗ୍ଲାସ ଚକୋଲେଟ୍ ସେକ୍ରେ ୨୫୦ କ୍ୟାଲୋରି ରହିଥାଏ ।
କଫି: ଏକ କପ୍ କଫିରେ ୨୦୦ କ୍ୟାଲୋରି ଥାଏ ।
କମଳା ଜୁସ୍ : ଏହି ଜୁସ୍ରେ ଫାଇବର କମ୍ ଥାଏ ଏବଂ କ୍ୟାଲୋରି ଅଧିକ ରହିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/29416638_132936597547110_2999185949243473920_n.jpg)