ଆଜି ବି ଜଳିଲା ଭୁବନେଶ୍ୱର । କ୍ରମାଗତ ୨ୟ ଦିନ ପାଇଁ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଲା ସ୍ମାର୍ଟସିଟି ଭୁବନେଶ୍ୱର ।

153

କନକ ବ୍ୟୁରୋ : ଆଜି ବି ଜଳିଲା ଭୁବନେଶ୍ୱର । କ୍ରମାଗତ ୨ୟ ଦିନ ଧରି ସ୍ମାର୍ଟସିଟି ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରୀ ସେଲସିୟସ ରହିଛି । ଅବଶ୍ୟ ଗତକାଲି ଠାରୁ ତାପମାତ୍ରା କମ ରହିଥିଲେ ମଧ୍ୟ ସର୍ବୋଚ୍ଚ ତାପମାତ୍ରା ତାଲିକାର ଶୀର୍ଷରେ ରହିଛି ଭୁବନେଶ୍ୱର । ଗତକାଲି ଭୁବନେଶ୍ୱରର ସବୋର୍ଚ୍ଚ ତାପମାତ୍ରା ୪୨.୭ ଡିଗ୍ରୀ ସେଲସିୟସ ରହିଥିଲା ।


ଭୁବନେଶ୍ୱର ତଳକୁ ରହିଛନ୍ତି ଅନୁଗୁଳ ଓ ଟିଟିଲାଗଡ଼ । ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୧.୧ ଡିଗ୍ରୀ ସେଲସିୟସ ଓ ୪୦ ଡିଗ୍ରୀ ସେଲସିୟସ ଥିଲା । ଗତ କାଲି ମୋଟ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ଆଜି ୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୦ ଡିଗ୍ରୀ ଉପରେ ଥିବା ଅନ୍ୟ ସହରଗୁଡ଼ିକ ହେଲେ ମାଲକାନଗିରି, ସୁନ୍ଦରଗଡ଼, ଭବାନିପାଟଣା ଓ ସୋନପୁର । ମାଲକାନଗିରିର ତାପମାତ୍ରା ୪୦.୫ ଡିଗ୍ରୀ ଥିବାବେଳେ ଅବଶିଷ୍ଟ ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଲେଖାଏଁ ରହିଛି । ଏପ୍ରିଲ ମଧ୍ୟରୁ ତାପମାତ୍ରା ଏତେ ବୃଦ୍ଧି ପାଇଥିବା ବେଳେ ଆଗକୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପାରେ । ଖାସକରି ରାଜଧାନୀ ଭୁବନେଶ୍ୱରରେ ଘରୁ ପଦାକୁ ବାହାରିବା କଷ୍ଟକର ହୋଇପାରେ ।