କନକ ବ୍ୟୁରୋ : ଆଗାମୀ ଡିସେମ୍ବର ୨୦ରେ ବାରବାଟୀ ଷ୍ଟାଡିୟମରେ ହେବ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି -୨୦ର ଦ୍ୱିତୀୟ ମ୍ୟାଚ୍ । ତେଣୁ ପରିଦର୍ଶନ ପାଇଁ କଟକରେ ପହଂଚିଛନ୍ତି ବିସିସିଆଇର ସହାୟକ ପରିଚାଳକ ସୁମିତ୍ ମଲପୁରକାର ଏବଂ କ୍ରିକେଟ୍ ଶ୍ରୀଲଙ୍କାର ମୁଖ୍ୟ ଚଣ୍ଡିଆ ମାପାଟୁନା । ଉଭୟ ଷ୍ଟାଡିୟମ୍ ପହଂଚି ପଡିଆ , ଗ୍ୟାଲେରୀ , ଖେଳାଳୀଙ୍କ ଡ୍ରେସିଂ ରୁମ୍ ଆଦି ବୁଲି ଦେଖିଛନ୍ତି ।
ଷ୍ଟାଡିୟମ ବୁଲି ଦେଖି ସାରିବା ପରେ ଚଣ୍ଡିମା ମାପାଟୁନା ସୂଚନା ଦେଇଛନ୍ତି, ବାରବାଟୀ ଷ୍ଟାଡିୟମରେ ଶ୍ରୀଲଙ୍କାର ମ୍ୟାଚ ଖେଳିବାର ଅନୁଭୂତି ରହିଛି। ବର୍ତ୍ତମାନ ଏଠାରେ ବର୍ଷା ଲାଗିରହିଛି, ତେଣୁ ଷ୍ଟାଡିୟମର ଅବସ୍ଥା ବିଷୟରେ କହିବା ଠିକ୍ ହେବ ନାହିଁ। ଡିସେମ୍ବରରେ ବାରବାଟୀର ଅବସ୍ଥା ଭଲ ଥିବ ବୋଲି ଆାମେ ଆଶା କରୁଛୁ।
ବିସିସିଆଇ ଓ ଶ୍ରୀଲଙ୍କାର ଅଧିକାରୀଙ୍କ ଗସ୍ତ କାଳରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ର ଆବାହକ ରବି ପ୍ରତିହାରୀ, ଦୁଲାଲ ଚନ୍ଦ୍ର ପ୍ରଧାନ, ଜନାର୍ଦ୍ଦନ ଦାଶ, ଓଡ଼ିଶା କ୍ରିକେଟ ଆସୋସିଏସନ୍ର ପୂର୍ବତନ ସାଧାରଣ ସମ୍ପାଦକ ଆଶୀର୍ବାଦ ବେହେରା ଆଦି ଉପସ୍ଥିତ ଥିଲେ।
Follow Us