କନକ ବ୍ୟୁରୋ : ଶିକ୍ଷାର ମୂଳ ଲକ୍ଷ୍ୟ ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବା । ପାଠ୍ୟ ପୁସ୍ତକଗତ ଶିକ୍ଷା ବ୍ୟତୀତ ଅନ୍ୟାନ୍ୟ ବିଷୟରେ ମଧ୍ୟ ଛାତ୍ରଛାତ୍ରୀଙ୍କର ଦକ୍ଷତା ବୃଦ୍ଧି ହେବା ଉଚିତ । ଏହି ଆଭିମୁଖ୍ୟ ନେଇ ସେଞ୍ଚୁରିଅନ ବିଦ୍ୟାଳୟ (ଜେ ଆଇ ଟି ଏମ)ର କର୍ତ୍ତୃପକ୍ଷ ଗ୍ରୀଷ୍ମ ଶିବିର ବା ସମର କ୍ୟାମ୍ପର ପରିକଳ୍ପନା କରିଥିଲେ । ଯାହା ଆଜି ସେଞ୍ଚୁରିଅନ ବିଦ୍ୟାଳୟଳ, ବ୍ଲୁସମ କନସେପ୍ଟ ସ୍କୁଲ ଓ ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ହେଲୋ କିଡସର ମିଳିତ ଆନୁକୂଲ୍ୟରେ ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି । ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ.ପ୍ରଦୀପ ଷଡଙ୍ଗୀଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ଉଦଘାଟିତ ହୋଇଥିଲା । ଶିବିରର ଉଦ୍ଦେଶ୍ୟ ଥିଲା, ପିଲାମାନଙ୍କୁ ମନୋରଞ୍ଜନ ସହିତ ବିଭିନ୍ନ ପ୍ରକାର କଳା କୌଶଳର ଶିକ୍ଷା ଦେବା ସହ ଯୋଗାଭ୍ୟାସ, ନୃତ୍ୟ, ବିଭିନ୍ନ ହସ୍ତକଳା ପର ସୃଜନାତ୍ମକ କଳା ଓ କୌଶଳର ତାଲିମ ପ୍ରଦାନ କରାଯିବ । ଶିବିରରେ ୧୦୦ ଜଣରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।
ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଡ. ପୁଣ୍ୟତୋୟା ବିଶ୍ୱାଳ, ବ୍ଲୁସମ କନସେପ୍ଟ ସ୍କୁଲର ଅଧ୍ୟକ୍ଷା ସୁନନ୍ଦୀନି ଗୁରୁ, ଦିଲ୍ଲୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସଞ୍ଜନା ବାଲି, ହେଲୋ କିଡସର ଅଧ୍ୟକ୍ଷା ସୁଷମା ମୁଣ୍ଡ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଏଭଳି ଅଭିନବ ପ୍ରୟାସ ଯାହା ପାଠ ପଢା ସହିତ କଳା କୌଶଳର ଶିକ୍ଷା ପାଇବେ । ଏହି ଗ୍ରୀଷ୍ମ ଶିବିର ଅଭିଭାବକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ଓ ଏଥିପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟୁଛି ।