ଭୁବନେଶ୍ୱର ସମ୍ ହସ୍ପିଟାଲରେ ହେବ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ । ଦେଶର ୨୧ଟି ସଂସ୍ଥାରେ ପରୀକ୍ଷଣ ନେଇ ମିଳିଛି ଅନୁମତି, ସାମିଲ ହେବେ ୨୫ ହଜାର ସ୍ୱେଚ୍ଛାସେବୀ ।

341

କନକ ବ୍ୟୁରୋ : ଓଡ଼ିଶାରେ ଖୁବ୍ ଶୀଘ୍ର ଆରମ୍ଭ ହେବ କୋଭାକି୍ସନର ତୃତୀୟ ପର୍ଯ୍ୟାୟ ମାନବ ପରିକ୍ଷଣ । ଗତକାଲି ଏନେଇ ଅନୁମତି ମିଳିଛି । ସାରା ଭାରତରେ ୨୧ଟି ସଂସ୍ଥା ଏହି ପରିକ୍ଷଣ କରିବେ । ଓଡ଼ିଶାର ସମ୍ ହସ୍ପିଟାଲରେ ଏହି ପରିକ୍ଷଣ ହେବ । ପ୍ରାୟ ୨୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ମାନେ ଏଥିରେ ସାମିଲ ହେବେ ।

ଓଡ଼ିଶାର ଦୁଇ ହଜାର ସ୍ୱେଚ୍ଛାସେବୀ ମାନଙ୍କୁ ଟୀକା ଦିଆଯିବ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ରୋଗ ଏଡ଼ାଇ ପାରିଲା କି ନାହିଁ ସେନେଇ ପରୀକ୍ଷା କରାଯିବ । ୧୮ବର୍ଷରୁ ଉଦ୍ଧ୍ୱର୍ ବୟସର ସ୍ୱେଚ୍ଛାସେବୀ ମାନଙ୍କୁ ଏହି ଟୀକା ଦିଆଯିବ । କରୋନା ଆକ୍ରାନ୍ତ, ହେପାଟାଇଟିସ୍ ବି, ସି, ଗର୍ଭବତୀ ମହିଳା, ଏଚଆଇଭି ଆକ୍ରାନ୍ତ, ଗୁରୁତର ରୋଗୀଙ୍କୁ ଛାଡ଼ିଦେଲେ ପ୍ରଥମ ଥର ପାଇଁ ଏହି ଟୀକା ଦିଆଯିବ ।