ସଲମାନଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର । ରିଲିଜ ହୋଇଛି ଦବଙ୍ଗ ଖାନଙ୍କ ଅପକମିଙ୍ଗ୍ ମୁଭି ସୁଲତାନର ଟ୍ରେଲର । ପୂର୍ବରୁ ସଲମାନ ଓ ଅନୁଷ୍କାଙ୍କୁ ନେଇ ୨ଟି ଟିଜର ରିଲିଜ ହୋଇଥିଲା । ଯାହାକୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ସମୀକ୍ଷକ ସମସ୍ତେ ପସନ୍ଦ କରିଛନ୍ତି । ମୁଭିରେ ଉଭୟ ସଲମାନ ଓ ଅନୁଷ୍କା ରେସଲର ଭୂମିକାରେ ନଜର ଆସିଛନ୍ତି । ତେବେ ସିଲଭର ସ୍କ୍ରିନରେ ଏହି ଦୁଇ ଯୋଡିଙ୍କର ସୁଲତାନ ହେଉଛି ପ୍ରଥମ ମୁଭି । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଆଦିତ୍ୟ ଚୋପ୍ରା ଥିବା ବେଳେ ନିର୍ଦେଶନା ଦେଇଛନ୍ତି ଅଲ୍ଲୀ ଅବାସ ଜାଫର୍ । ୟସ୍ ରାଜ ବ୍ୟାନରରେ ନିର୍ମିତ ହୋଇଥିବା ଏହି ମୁଭିର ମ୍ୟୁଜିକ୍ କମ୍ପୋଜ କରିଛନ୍ତି ଭିଶାଲ – ଶେଖର । ମୁଭିର ଅନ୍ୟ ପ୍ରମୁଖ ଭୁମିକାରେ ଅଛନ୍ତି ରଣଦୀପ ହୁଡା ଓ ଅମିତ୍ ସାଦ୍ଧ୍ । ଇଦ ମୌକାରେ ରିଲିଜ ହେବ ଏହି ବହୁ ପତିକ୍ଷିତ ଫିଲ୍ମ ସୁଲତାନ ।
ରିଲିଜ ହେଲା ଅପକମିଙ୍ଗ୍ ମୁଭି ସୁଲତାନର ଟ୍ରେଲର
/kanak/media/post_attachments/wp-content/uploads/2016/05/453033-sultan-salman-khan.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)