ଓମାନ୍ ସୁଲତାନ୍ କାବୁସ୍ ବିନ୍ ସଇଦ୍ ଙ୍କ ୭୯ ବର୍ଷରେ ପରଲୋକ । ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷିତ

146

ଓମାନର ସୁଲତାନ କାବୁସ ବିନ୍ ସଇଦଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୯ବର୍ଷ ହୋଇଥିଲା । ଓମାନ ମିଡିଆ ସୂଚନାନୁସାରେ, ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ସୁଲତାନ୍ ଙ୍କ ପରଲୋକରେ ୩ ଦିନ ପାଇଁ ରାଷ୍ଟ୍ରିୟ ଶୋକ ଘୋଷଣା କରାଯାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ ।

ସୁଲତାନ କାବୁସ ୧୯୭୦ ରୁ ଲଗାତାର ଭାବେ ଏହି ପଦବୀରେ ରହିଆସୁଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ତାଙ୍କ ମୃତ୍ୟୁର କାରଣ ବୋଲି ଅନୁମାନ କରାଯାଉଥିବା ବେଳେ , ରୟାଲ କୋର୍ଟର ଦିବାନ ଶୋକ ସନ୍ଦେଶ ଜାରି କରିଛନ୍ତି । ସନ୍ଦେଶରେ ଉଲ୍ଲେଖ କରାଯାଇଛି କି, ୧୪ ତମ ଜୁମାଦା ଅଲ-ଉଲା ସୁଲତାନ କାବୁସ ବିନ ସୈଦଙ୍କର ଶୁକ୍ରବାର ଦିନ ପରଲୋକ ଘଟିଛି । ସେ ୨୩ ଜୁଲାଇ ୧୯୭୦ ରୁ ଏହି କାର୍ଯ୍ୟଭାର ସମ୍ଭାଳି ଆସୁଥିଲେ । ତେଣୁ ତାଙ୍କର ପରଲୋକରେ ୩ ଦିନ ପାଇଁ ରାଷ୍ଟ୍ରିୟ ଶୋକ ପାଳନ କରାଯିବ ।