ଭୁବନେଶ୍ୱର ସାଂସଦ ବିଏମସିରେ ଥିବା ବେଳେ ଦାରୁଠେଙ୍ଗରେ ଅଳିଆ ଗଦା କରିଥିଲେ, ଆମେ ବନ୍ଦ କରିଛୁ । ଦିନ କେଇଟାରେ ରାଜଧାନୀ ଅଳିଆ ମୁକ୍ତ ହେବ । ବିଜେପିକୁ ଟାର୍ଗେଟ କଲେ ସୁଲୋଚନା ।
କନକ ବ୍ୟୁରୋ : ବିଜେଡି ସରକାରରେ ଚାଲିଥିବା ଦୁର୍ନୀତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଭୁବନେଶ୍ୱରରେ ଆନ୍ଦୋଳନ ସମୟରେ ପୋଲିସ କର୍ମୀଙ୍କୁ ଗୋବର ମାଡ କରିଛନ୍ତି ବିଜେପି କର୍ମୀ । ଏହାସହ ବିଏମସି କାର୍ଯ୍ୟାଳୟ ସାମ୍ନାରେ ଅଳିଆ ଢାଳିଛି ବିଜେପି । ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ସୁଲୋଚନା କହିଛନ୍ତି, ବିଜେପି କେବଳ ଲୋକଙ୍କ ପାଖକୁ ଯିବାକୁ ବାହାନା କରୁଛି । ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ ।

Kanak News is now on WhatsApp
Join and get latest news updates delivered to you via WhatsApp
ସୁଲୋଚନା କହିଛନ୍ତି, ବିଏମସି ସହରକୁ ସୁନ୍ଦର କରୁଛି, ଅଳିଆକୁ ସଫା କରୁଛି । ବିଜେପି ସାଂସଦ ବିଏମସିରେ ଥିବା ବେଳେ ଦାରୁଠେଙ୍ଗରେ ଅଳିଆ ଗଦା କରିଥିଲେ କିନ୍ତୁ ଆମେ ଲୋକଙ୍କୁ ପତୁଶ୍ରୁତି ଦେଲୁ ବନ୍ଦ କରିବା ପାଇଁ ଆଉ ବନ୍ଦ ମଧ୍ୟ କରିଲୁ । ଏବେ ସେଠି ବାୟୋ ମାଇନିଂ ଆରମ୍ଭ ହେଉଛି । ଭୁବନେଶ୍ୱର ଭିତରେ ମଧ୍ୟ ସବୁ ଅଳିଆ ଖାଲି ହୋଇଯିବ ଜ୍ଝ ଆଉ ଦୁଇ ମାସ ଭିତରେ ଟିଟିଏସରେ ଅଳିଆ ଖାଲି ହେଇଯିବ । ଭୁବନେଶ୍ୱରରେ ଆଉ ଡର୍ମିଂୟାର୍ଡ ତିଆରି ହେବନି । ଏନଜିଟିର ନିୟମ ବିଏମସି ପାଳନ କରୁଛି । ଟିଟିଏସରେ ଗୋଟିଏ ଟେରେକ୍ସ ମେସିନ ଲାଗିଛି ଯାହାର କାପାସିଟି ହେଉଛି ୩୦୦୦ ମେଟ୍ରିକ ଟନ । ଏହି ମେସିନ ଅଳିଆକୁ ଅଲଗା କରୁଥିବା ବେଳେ ଦୁଇଟି ମେସିନ ଲାଗିଛି ଯାହା ଅଳିଆକୁ ଗୁଣ୍ଡ କରୁଛି ।
ପୋଲିସକୁ ଗୋବର ମାଡ଼ କରିବା ଦୁର୍ଭାଗ୍ୟ କଥା । ବିଜେପି କେବଳ ପ୍ରସଙ୍ଗ କରୁଛି ଆଉ କିଛି ନୁହେଁ, ଲୋକେ ମଧ୍ୟ ଜାଣିଛନ୍ତି । ପବନ ଯୋଗୁଁ ଦୁର୍ଗନ୍ଧ ହେଉଛି କିନ୍ତୁ ୨ ମାସ ମଧ୍ୟରେ ଅଳିଆ ସଫା ହୋଇଯିବ ବୋଲି କହିଛନ୍ତି ମେୟର ।