ପୁଣି ସାମ୍ନାକୁ ଆସିଲା ମାଓବାଦୀଙ୍କ ବର୍ବରକାଣ୍ଡ : ଦୁଇ ଜଣ ଯବାନଙ୍କ ଗଳାକାଟି ହତ୍ୟା କଲେ ନକ୍ସଲ

ସୁକମା ଜିଲ୍ଲା ଭେଜି ଥାନା ସିଆରପିଏଫ କ୍ୟାମ୍ପ ଠାରୁ ମାତ୍ର ୩ଶହ ମିଟର ଦୁରରେ ଲାଲ ବାହିନୀର ନାରକୀୟ କାଣ୍ଡ

71

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ମାଓବାଦୀଙ୍କ ବର୍ବରକାଣ୍ଡ । ଦୁଇ ଜଣ ଯବାନଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ । ସୁକମା ଜିଲ୍ଲା ଭେଜି ଥାନା ସିଆରପିଏଫ କ୍ୟାମ୍ପ ଠାରୁ ମାତ୍ର ୩ଶହ ମିଟର ଦୁରରେ ଏପରି ନାରକୀୟ କାଣ୍ଡ ଘଟାଇଛନ୍ତି ଲାଲ ବାହିନୀ । ଗତକାଲି ଅପରାହ୍ନରେ ଭେଜି ଥାନାର ଦୁଇ କନଷ୍ଟେବଳ କୌଣସି ଏକ କାମ ସାରି ଥାନାକୁ ଫେରୁଥିଲେ । ଏହି ସମୟରେ ତାଙ୍କୁ ମାଓବାଦୀ ମାନେ ଆକ୍ରମଣ କରିଥିବା ସୁଚନା ମିଳିଛି ।