କନକ ବ୍ୟୁରୋ: ନେତାଙ୍କ ଦଳ ଡିଆଁରୁ ବିଜେଡି ଗଡ ଯାଜପୁର ଜିଲ୍ଲା ବାଦ୍ ପଡ଼ିନାହିଁ। ସୁକିନ୍ଦା ନିର୍ବାଚନମଣ୍ଡଳୀରେ ପୂର୍ବରୁ ସବୁକିଛି ଠିକ୍ଠାକ୍ ଥିବା ବେଳେ ଏବେ ଏଠାକାର ବିଜେଡି ପୋଖରୀ ମଧ୍ୟ ଗୋଳିଆ ହୋଇଯାଇଛି। ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡ଼େଇଙ୍କ ବିରୋଧରେ ଅଭିଯୋଗ ଆଣି ଦଳରୁ ନିଲମ୍ବିତ ହୋଇଥିବା ଦାନଗଦୀ ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ ଗତକାଲି ପଦ୍ମ ଧରିଛନ୍ତି।
ଗତକାଲି ଦାନଗଦୀ ବ୍ଲକ୍ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ ଓ ତାଙ୍କ ସ୍ବାମୀ ହଳଧର ନାୟକ, ୮ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ଚନ୍ଦ୍ର ଧୀର, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ପ୍ରଶାନ୍ତ କୁମାର ରାୟଙ୍କ ସହିତ ଶତାଧିକ ବିଜେଡ଼ି ସଂଗଠକ ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି। ଗତକାଲି ସଂଧ୍ୟାରେ ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦାମୋଦର ରାଉତ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ସୁକିନ୍ଦା ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ(ଟୁଟୁ ବଳଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।
ସୂଚନା ଯୋଗ୍ୟ ଦାନଗଦୀ ବ୍ଲକ୍ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ ଓ ହଳଧରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଓ ପିସି କାରବାର ଅଭିଯୋଗରେ ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର ଗତ ୨୧ତାରିଖରେ ଦଳରୁ ନିଲମ୍ବିତ କରିଥିଲେ। ସେହିପରି ୮ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପଚନ୍ଦ୍ର ଧୀର ବିଜେଡି ଦଳ ଓ ପଦବିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ବିଧାୟକଙ୍କ ଅସହଯୋଗ ପ୍ରତିବାଦରେ ସେ ଇସ୍ତଫା ଦେଲେ ବୋଲି ଦଳର ସଭାପତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/06.jpg)
/kanak/media/post_attachments/wp-content/uploads/2019/03/CkL-DzBWsAAOa9Q-300x169.jpg)
/kanak/media/post_attachments/wp-content/uploads/2019/03/Jajpur-Sukinda-Dala-badlaambita-640x430-300x202.jpg)