ଅଶାନ୍ତ ସୁକିନ୍ଦା

26

ସୁକିନ୍ଦା : ଶ୍ରମିକ ସଂଗଠନ ନେତୃତ୍ୱକୁ ନେଇ ଅଶାନ୍ତ ସୁକିନ୍ଦା । ଖଣି ଅଂଚଳରେ ଉତେଜନା । ମୁହାଁମୁହିଁ ସ୍ଥିତିରେ ଦୁଇ ଗୋଷ୍ଠୀ । ବିଜେଡିର ଗଡ ସୁକିନ୍ଦାରେ ପ୍ରଫୁଲ ଘଡେଇଙ୍କୁ ମାତ୍ ଦେବାକୁ ଏକାଠି ହୋଇଛନ୍ତି ଶ୍ରମିକ ନେତା । ବିଦ୍ରୋହ କରିଛନ୍ତି ଦିନେ ପ୍ରଫୁଲଙ୍କ ଏକାନ୍ତ ଅନୁଗତ ଥିବା ସମ୍ରାଟ ଗୁପ୍ତା । ଯାହାକୁ ନେଇ ସରଗରମ ସୁକିନ୍ଦା ରାଜନୀତି ।

ଦିନେ ବିଜେଡିର ଗଡ ଥିଲା ସୁକିନ୍ଦା । ୩୦ ବର୍ଷ ହେଲା ଏଠି ବିଜେଡିର ରାଜୁତି ଚାଲୁଥିଲା । ବାପା ପ୍ରଫୁଲ୍ଲଙ୍କ ପରେ ଏବେ ବିଧାୟକ ଆସନରେ ପୁଅ ପ୍ରୀତି ରଂଜନ ଘଡେଇ । ବିଜେଡି ଗଡରୁ ଏବେ ଘଡେଇ ଗଡ । ତେବେ ପୁଅ ବିଧାୟକ ହେବା ପରେ ପ୍ରଫୁଲଙ୍କ ପାଇଁ ଯେପରି ଅଲୋଡା ହୋଇପଡିଥିଲେ ଅତି ବିଶ୍ୱସ୍ତ ସମ୍ରାଟ ଗୁପ୍ତା । ଖଣି ଅଂଚଳରୁ ପ୍ରଭାବ କମିଯାଇଥିଲା ଏହି ଶ୍ରମିକ ନେତାଙ୍କର । ଏବେ ପ୍ରଫୁଲଙ୍କୁ ମାତ୍ ଦେବାକୁ ଏକାଠି ହୋଇଛନ୍ତି ସୁକିନ୍ଦାର କିଛି ଶ୍ରମିକ ନେତା ।