କନକ ବ୍ୟୁରୋ : ଦୀର୍ଘ ସମୟ ଧରି ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ସୁଖବିନ୍ଦରସିଂ ସୁଖବୁଙ୍କ ନାମରେ ମୋହର ମାରିଛି ଦଳ । ହିମାଚଳର କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଳା ଓ ପର୍ଯ୍ୟବେକ୍ଷକମାନେ ପାର୍ଟି ଅଧ୍ୟକ୍ଷା ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଫୋନ ଯୋଗେ ଆଲୋଚନା ପରେ ସୁଖବିନ୍ଦରଙ୍କ ନାମରେ ମୋହର ମରାଯାଇଛି । ହେଲେ ଏହାପରେ ଉପୁଜୁଥିବା ବିବାଦର ସମାଧାନ କରିବାକୁ ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱଗତଃ ବୀରଭଦ୍ର ସିଂଙ୍କ ପୁଅ ଆଦିତ୍ୟ ସିଂଙ୍କୁ ବଡ ଦାୟୀତ୍ୱ ଦିଆଯାଇଛି ।
ସେପଟେ ଉପମୁଖ୍ୟମନ୍ତ୍ରୀ ପାଇଁ ବିକ୍ରମାଦିତ୍ୟ ଓ ମୁକେଶ ଅଗ୍ନିହୋତ୍ରୀଙ୍କ ନାମ ସବୁଠାରୁ ଆଗରେ ଥିବା ଜଣାପଡିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭାବେ ପ୍ରମୁଖ ଦାବିଦାର ଥିବା ପ୍ରତିଭା ସିଂଙ୍କ ସହ ଅନ୍ୟ ନେତାଙ୍କୁ ମନେଇବାକୁ ପ୍ରୟାସ ଜାରି ରହିଛି ।