କନକ ବ୍ୟୁରୋ: ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ ଏବଂ ମିରାଜ -୨୦୦୦ ପରସ୍ପର ସହ ଧକ୍କା ହୋଇଯାଇଛନ୍ତି । ପରସ୍ପର ସହ ଧକ୍କା ପରେ ଉଭୟ ବିମାନ ନଷ୍ଟ ହୋଇଯାଇଛି । ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁସାରେ ଏହି ଘଟଣାରେ ଅଧିକ ସୂଚନା କୋର୍ଟ ଅଫ୍ ଇନକ୍ୟୁାରୀ ପରେ ହିଁ ଆସିପାରିବ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଜଣେ ପାଇଲଟ ସହିଦ ହୋଇସାରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Advertisment

ଦୁର୍ଘଟଣାସ୍ଥଳରେ ବାୟୁସେନାର ହେଲିକପ୍ଟର ପହଞ୍ଚି ଗୁରୁତରଙ୍କୁ ସୁରକ୍ଷିତ ଉଦ୍ଧାର କରିଛି । ସମସ୍ତଙ୍କୁ ଗ୍ୱାଲିୟର ଏୟାରବେସକୁ ସ୍ଥାନାନ୍ତର କରାଯାଇଛି । ଭାରତୀୟ ବାୟୁସେନାର ଦୁଇ ଲଢୁଆ ବିମାନ ସୁଖୋଇ-୩୦ ଏବଂ ମିରାଜ-୨୦୦୦ ଶନିବାର ମଧ୍ୟ ପ୍ରଦେଶର ମୁରୋନା ଜିଲ୍ଲାରେ ଦୁର୍ଘଟଣାର ସାମ୍ନା କରିଥିଲା । ଦୁର୍ଘଟଣା ଏତେ ଶକ୍ତିଶାଳୀ ଥିଲା ଯେ ବିମାନର କିଛି ଅଂଶ ରାଜସ୍ଥାନର ଭରତପୁର ଅଞ୍ଚଳରେ ପଡିଥିଲା ।

ମୁରୋନାର ପୋଲିସ ଅଧୀକ୍ଷକ ଆଶୁତୋଷ କହିଛନ୍ତି ଯେ, ୨ପାଇଲଟ ବିମାନରୁ ସରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ତେବେ ତୃତୀୟ ପାଇଲଟ ସହିଦ ହୋଇଛନ୍ତି । ଗ୍ୱାଲିୟରର ବାୟୁସେନା ବେସରୁ ଏହି ଦୁଇ ବିମାନ ନିୟମିତ ଉଡାଣ ଆରମ୍ଭ କରିବା ପରେ ଦୁର୍ଘଟଣାର ସାମ୍ନା କରିଥିଲେ । ଘଟଣାର ଯାଞ୍ଚପାଇଁ କୋର୍ଟ ଅଫ୍ ଇନକ୍ୟୁାରୀ ନିର୍ଦ୍ଦେଶ ଦିଆଯାଇସାରିଛି ।

ବାୟୁସେନା ମୁଖ୍ୟ ଦୁର୍ଘଟଣା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରାଇଛନ୍ତି । ରାଜନାଥ ପୂରା ଘଟଣାକ୍ରମ ଉପରେ ନଜର ରଖିଛନ୍ତି । ସେହିଭଳି, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସକ୍ରିୟତା ଦେଖାଇବା ସହ ମୁରୋନା ଜିଲ୍ଲାପ୍ରଶାସନକୁ ଉଦ୍ଧାରକାର୍ଯ୍ୟକୁ ତୁରନ୍ତ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।