ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ । ଗାଡି ଉପରକୁ ଆକ୍ରମଣ କଲେ କଂଗ୍ରେସ କର୍ମୀ 

110

କନକ ବ୍ୟୁରୋ: ଶିରୋମଣୀ ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ । ଦଳର ଅଧ୍ୟକ୍ଷଙ୍କ ଗାଡିକୁ ପଂଜାବର ଜଲାଲବାଦରେ କଂଗ୍ରେସ କର୍ମୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଏକ ଭିଡିଓ ମଧ୍ୟ ରିଲିଜ କରାଯାଇଛି । ଶିରୋମଣୀ ଅକାଳୀ ଦଳ ଓ କଂଗ୍ରେସ ମଧ୍ୟରେ ବଡ ଧରଣର ସଂର୍ଘଷ ହୋଇଛି । ଘଟଣାରେ ଦୁଇ ଦଳର କିଛି ସଦସ୍ୟ ଗୁରୁତର ଆହତ ହୋଇଥିବା ଜଣାପଡିଛି ଘଟଣାରେ ସୁଖବୀର ସଂ ବାଦଲ ସମ୍ପୂର୍ଣ୍ଣଭାବେ ସୁରକ୍ଷିତ ଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ଛାଉଣୀ କରାଯାଇଛି ।

ଆଜି ପଂଜାବ ନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ଚାଲିଥିବା ସମୟରେ ଦୁଇ ଦଳ ମଧ୍ୟରେ ସଂର୍ଘଷ ହୋଇଥିଲା । ସେପଟେ  ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂ ।  କ୍ୟାପଟେନ କହିଛନ୍ତି ଘଟଣାକୁ ନେଇ ତାଙ୍କ ପାଖରେ କିଛି ଖବର ନାହିଁ । ପ୍ରଥମେ ପୁଲିସ ନିଜର ତଦନ୍ତ କର । ପରେ ସେ ଏନେଇ ବୟାନ ଦେବେ । ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଶିରୋମଣୀ ଅକାଳୀ ଦଳ । ଏଥିସହ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦ୍ର ସିଂଙ୍କ ଇସ୍ତଫା ଦାବି କରିଛି ଦଳ ।  ସୁଖବୀର ସଂ ବାଦଲ କହିଛନ୍ତି ପଂଜାବରେ ଗ୍ୟାଙ୍ଗଷ୍ଟାର ରାଜ ଚାଲିଛି । ଏଠି ନେତାଙ୍କଠୁ ନେଇ ଜନତା ସମସ୍ତେ ଅସୁରିକ୍ଷତ ଅଛନ୍ତି ।